ETV Bharat / sports

ଅଜଲାନ ଶାହ କପ୍: ଜାପାନକୁ ହରାଇ ଭାରତର ବିଜୟ ଯାତ୍ରା ଆରମ୍ଭ କରିବା ଲକ୍ଷ୍ୟ - ଅଜଲାନ ଶାହ କପ୍

28ତମ ସୁଲତାନ୍ ଅଜଲାନ ଶାହ ଟୁର୍ଣ୍ଣାମେଣ୍ଟରେ ଭାରତ ତା'ର ପ୍ରଥମ ମ୍ୟାଚ୍ ଜାପାନ ସହ ଖେଳିବ । କିନ୍ତୁ ଖେଳ ଆରମ୍ଭ ହେବା ପୂର୍ବରୁ ଗୁରଜନ୍ତ ସିଂ ଅଭ୍ୟାସ ମ୍ୟାଚ୍ ଖେଳିବା ସମୟରେ ଆହତ ହୋଇ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ।

ଫାଇଲ ଫଟୋ
author img

By

Published : Mar 23, 2019, 12:57 PM IST

ଇପୋହ: ଶନିବାର ଦିନ ମାଲେସିଆର ଇପୋହରେ 28ତମ ସୁଲତାନ୍ ଅଜଲାନ ଶାହ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ତେବେ ଭାରତୀୟ ପୁରୁଷ ହକି ଦଳ ତା'ର ପ୍ରଥମ ମ୍ୟାଚ୍ ଜାପାନ ବିପକ୍ଷରେ ଖେଳିବ । କିନ୍ତୁ ଖେଳ ଆରମ୍ଭ ହେବା ପୂର୍ବରୁ ଭାରତକୁ ଲାଗିଛି ବଡ ଝଟକା । ଅଭ୍ୟାସ ମ୍ୟାଚ୍ ଖେଳିବା ସମୟରେ ଗୁରଜନ୍ତ ସିଂ ଆହତ ହୋଇ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ।

ଖେଳକୁ ନେଇ ଭାରତୀୟପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ବେଶ୍ ସକରାତ୍ମକ ଭାବନା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏବେର ଯୁବ ଟିମ୍ ବିପକ୍ଷ ଦଳ ସହ ଟକ୍କର ଦେବା ପାଇଁ ଆହୁରିଅଧିକ ପରିଶ୍ରମ କରିବାକୁ ପଡିବ। କିନ୍ତୁ ଦଳରେ ନୂଆ ଖେଳାଳିଙ୍କ ଉପସ୍ଥିତି ଅନେକ ଲାଭଦାୟକ ହେବ । କାରଣ ବିପକ୍ଷ ଦଳ ନୂଆ ଖେଳାଳିଙ୍କ ଖେଳ ସମ୍ବନ୍ଧରେ ଏତେଟାଅଜ୍ଞ ନୁହନ୍ତି । ଫଳରେ ବିପକ୍ଷ ଦଳକୁ ଚକମାଦେବାରେ ବେଶ୍ ସହାୟକ ହେବ ।

ଏଥିସହ ଗୁରଜନ୍ତ ସିଂ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାକୁ ନେଇ ମନପ୍ରୀତ କହିଛନ୍ତି ଯେ, ତାଙ୍କର ଖେଳରୁ ବାଦ୍ ପଡିବା ଟିମ୍ ପାଇଁ ଭଲ ଖବର ନୁହେଁ କିନ୍ତୁ ତାଙ୍କର ସ୍ଥାନରେ ଆସିଥିବା ଗୁରସାହିବଜୀତ ସିଂ ବି ଜଣେ ଦକ୍ଷ ଖେଳାଳି।

ସୂଚନାଥାଉକି, ଗତ ଅଜଲାନ ଶାହ କପରେ ଭାରତର ପ୍ରଦର୍ଶନୀ ବହୁତ ଖରାପ ଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ଭାରତ 5ମ ସ୍ଥାନରେ ରହିଥିଲା । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଭଲ ପ୍ରଦର୍ଶନୀ କରିବା ସହ ବିଜେତା ହେବାର ଆଶା ରଖିଛି । ବର୍ତ୍ତମାନ ସୁଦ୍ଧା ଭାରତ 5ଥର ସୁଲତାନ କପ ନିଜ ନାଁରେ କରିସାରିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.