ETV Bharat / sports

ଭାରତୀୟ ପୁରୁଷ ହକିଦଳର ମୁଖ୍ୟ କୋଚ୍‌ ହେଲେ ଗ୍ରାହମ ରୀଡ

author img

By

Published : Apr 8, 2019, 11:39 PM IST

ଅଷ୍ଟ୍ରେଲିଆର ପୂର୍ବତନ ହକି ଖେଳାଳୀ ଗ୍ରାହମ ରୀଡଙ୍କୁ  ଭାରତୀୟ ପୁରୁଷ ଟିମ୍‌ର ମୁଖ୍ୟ କୋଚ୍‌ ପାଇଁ ଚୟନ କରିଛି ହକି ଇଣ୍ଡିଆ । ଅଷ୍ଟ୍ରେଲିଆ ଟିମ୍‌ର ରୀଡ ଦଳ ପାଇଁ ଡିଫେଣ୍ଡର ଓ ମିଡ୍‌ ଫିଲ୍ଡର ଭାବେ ଖେଳୁଥିଲେ ।

ଫଟୋ ସୌଜନ୍ୟ: ସୋସିଆଲମିଡିଆ@ଟ୍ବିଟର

ନୂଆଦିଲ୍ଲୀ: ହକି ଇଣ୍ଡିଆ ପୁରୁଷ ଦଳର ମୁଖ୍ୟ କୋଚ୍ ଭାର 54ବର୍ଷୀୟ ଗ୍ରାହମ ରୀଡଙ୍କୁ ଦେଇଛନ୍ତି । ସେ ଖୁବ୍‌ ଶୀଘ୍ର ବେଙ୍ଗାଲୁରରେ ଥିବା ଜାତୀୟ ପ୍ରଶିକ୍ଷଣ କ୍ୟାମ୍ପରେ ଯୋଗ ଦେବେ । ରୀଡ ଅଷ୍ଟ୍ରେଲିଆ ଟିମ୍‌ ପାଇଁ ଡିଫେଣ୍ଡର ଓ ମିଡ୍‌ ଫିଲ୍ଡର ଭାବେ ଖେଳିଛନ୍ତି । ତେବେ ସେ ଓଡିଶାରେ ହେବାକୁ ଥିବା ବିଶ୍ବ ସିରିଜ ଫାଇନାଲ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍‌ ସହ ଯୋଡି ହେଇଯିବେ । ହକି ଇଣ୍ଡିଆ ସୋମବାର ଦିନ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛି ।

  • "I am looking forward to working with Hockey India, SAI, MYAS, Support Staff & players for the positive development in the lead up to Tokyo 2020," says the newly-appointed Chief Coach of the Indian Men's Hockey Team, Graham Reid! Read more: https://t.co/i4ZmTadMiY#IndiaKaGame pic.twitter.com/YGVOLkyK7c

    — Hockey India (@TheHockeyIndia) April 8, 2019 " class="align-text-top noRightClick twitterSection" data=" ">

ରୀଡ 1992ର ବାର୍ସିଲୋନା ଅଲମ୍ପିକରେ ରୌପ ପଦକ ଜିତିଥିବା ଅଷ୍ଟ୍ରେଲିଆ ଟିମ୍‌ର ସଦସ୍ୟ ଥିଲେ । ଏଥିସହ 1984,1985, 1985 ଓ 1990ରେ ଚମ୍ପିଆନ ଟ୍ରଫି ଜିତିଥିବା ଅଷ୍ଟ୍ରେଲିଆ ଟିମ୍‌ର ସଦସ୍ୟ ଥିଲା । 130ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳି ଥିବା ରୀଡ 2009 ମସିହାରୁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି । ସେତେବେଳେ ସେ ଅଷ୍ଟ୍ରେଲିଆ ଟିମ୍‌ର ସହାୟକ କୋଚ୍‌ ରୂପେ ନିୟୋଜିତ ହୋଇଥିଲେ ।

ହକି ଇଣ୍ଡିଆର ଅଧ୍ୟକ୍ଷ ମହମ୍ମଦ ମୁଶତାକ ଅହମଦ କହିଛନ୍ତି ଯେ, ଗ୍ରାହମ ଜଣେ ଖେଳାଳୀ ହିସାବରେ ବହୁତ ଭଲ କ୍ରୀଡାବିତ୍‌ । ଏହାସହ ତାଙ୍କ ପାଖରେ ପ୍ରଶିକ୍ଷଣର ଅନୁଭବ ରହିଛି । ସେ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡର ରାଷ୍ଟ୍ରୀୟ ଟିମ୍‌ ସହ କାମ କରିଛନ୍ତି । ତାଙ୍କର ଏହି ଅନୁଭବ ଭାରତୀୟ ଟିମ୍‌କୁ 2020 ଟୋକିଓ ଅଲମ୍ପିକରେ ପଦକ ହାସଲ କରାଇବାରେ ସହାୟକ ହେବ ।

ଏହି ଅବସରରେ ରୀଡ କହିଛନ୍ତି ଯେ, ଭାରତୀୟ ଟିମ୍‌ର କୋଚ୍‌ ହେବା ମୋ ପାଇଁ ଗର୍ବ ଓ ସମ୍ମାନର କଥା । ବିପକ୍ଷ ଟିମ୍‌ର କୋଚ୍‌ ହିସାବରେ ମୁଁ ଭାରତୀୟ ହକିକୁ ଉପଭୋଗ କରିଛି । ଭାରତ ଟିମ୍‌ ଧିରେ ଧିରେ ବିଶ୍ବର ସବୁଠାରୁ ଦୃଢ ଟିମ୍‌ ହିସାବରେ ନଜରକୁ ଆସୁଛି । ଭାରତର ତ୍ରୀବ ଓ ଆକ୍ରାମକ ଖେଳ ମୋତେ ବହୁତ ପସନ୍ଦ ।

Intro:Body:

ମୁମ୍ବାଇ: ବଲିଉଡ ପାୱାର କପୁଲ ରଣବୀର-ଦୀପିକା ବିବାହ ପୂର୍ବରୁ ନେଇ ଏବେ ପର୍ଯ୍ୟନ୍ତ କିଛି ନା କିଛି କାରଣରୁ ସର୍ବଦା ଚର୍ଚ୍ଚାରେ। ଉଭୟଙ୍କ ଯୋଡି ଅନେକଙ୍କ ପାଇଁ ପ୍ରେରଣା ସଦୃଶ। କାରଣ ଉଭୟ ଉଭୟଙ୍କୁ ଏତେମାତ୍ରାରେ ସମର୍ଥନ କରିଥାନ୍ତି ଯେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଉଭୟଙ୍କୁ ଯୋଡିକୁ କାହା ନଜର ନଲାଗୁ। ଉଭୟ ଉଭୟଙ୍କ ପାଇଁ ସ୍ପେଶାଲ ବୋଲି ଜଣେଇବାକୁ କୌଣସି ମୌକା ହାତଛଡା କରନ୍ତିନାହିଁ। ଏବେ ମଧ୍ୟ ଠିକ ସେମିତି କିଛି ନଜର ଆସିଛି, ଯାହା ଦେଖି ଖାଲି ରଣବୀର ନୁହେଁ ଫ୍ୟାନମାନେ ମଧ୍ୟ ବେଶ ଖୁସି।

କଥା କଣକି, ରଣବୀର ଏବେ କ୍ରିକେଟର କପିଲ ଦେବଙ୍କ ବାୟୋପିକ ପାଇଁ ଜୋରଦାର ପ୍ରସ୍ତୁତ ଚଲାଇଛନ୍ତି। ନିକଟରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କପିଲ ଦେବଙ୍କଠାରୁ କ୍ରିକେଟ ଶିଖୁଛନ୍ତି। ଆଉ ଭିଡିଓଟି ଦେଖି ପ୍ରଶଂସକ ଯେତିକି ଖୁସି, ପତ୍ନୀ ଦୀପିକାଙ୍କ ଖୁସି କିନ୍ତୁ ଦ୍ବିଗୁଣିତ। 

ଏହି ଭିଡିଓରେ ଦୀପିକା କମେଣ୍ଟ କରି ଲେଖିଛନ୍ତି, 'ତୁମେ ଯେତେ ଶିଖିବା କଥା ଶିଖିଯାଅ କାରଣ ଏହି ଦିନ ପୁଣିଥରେ ଫେରିବନାହିଁ। ମୁଁ ତୁମ ପାଇଁ ଗର୍ବିତ।' ପ୍ରକାଶ ଥାଉକି, ରଣବୀର 1983 ବିଶ୍ବ କପକୁ ନେଇ ଆଧାରିତ ଫିଲ୍ମରେ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର ପୁରା କାଷ୍ଟ ସୁଟିଂ ପାଇଁ ଖୁବଶିଘ୍ର ଲଣ୍ଡନ ଯିବେ। ଫିଲ୍ମର ନିର୍ଦ୍ଦେଶନା କବିର ଖାନ ଦେଉଥିବାବେଳେ ଏହା 2020ରେ ରିଲିଜ ହେବ ବୋଲି ପ୍ରକାଶ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.