ETV Bharat / sports

ଭାରତରେ ହକିର ଭବିଷ୍ୟତ ଉଜ୍ଜଳ: ମନପ୍ରୀତ ସିଂ

author img

By

Published : Aug 17, 2021, 7:29 PM IST

ପୁରୁଷ ଓ ମହିଳା ହକି ଟିମକୁ ଭୁବନେଶ୍ବରରେ ସ୍ବାଗତ କରୁଛି ଓଡିଶା । ଅଧିକ ପଢନ୍ତୁ...

Future of hockey in India is bright: Manpreet Singh
ଭାରତରେ ହକିର ଭବିଷ୍ୟତ ଉଜ୍ଜଳ: ମନପ୍ରୀତ ସିଂ

ଭୁବନେଶ୍ବର: ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକ୍‌ ହକି ପଦକ ଅପେକ୍ଷାକୁ ଶେଷ କରିଛି ମନପ୍ରୀତ ସିଂଙ୍କ ଟିମ । ୫ ଅଗଷ୍ଟରେ ଯେବେ ସଂଘର୍ଷପୂର୍ଣ୍ଣ ପ୍ଲେ-ଅଫ୍‌ ମୁକାବିଲାରେ ଜର୍ମାନୀକୁ ୫-୪ରେ ହରାଇ ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ବ୍ରୋଞ୍ଜ ପଦକ ବିଜେତା ହୋଇଛି । କ୍ୟାପଟେନ ମନପ୍ରୀତ ସିଂ କହିଛନ୍ତି, ଭାରତରେ ହକିର ଭବିଷ୍ୟତ ଉଜ୍ଜଳ ।

ଉଭୟ ପୁରୁଷ ଓ ମହିଳା ହକି ଟିମକୁ ଭୁବନେଶ୍ବରରେ ସ୍ବାଗତ କରୁଛି ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଟିମ ପାଇଁ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରିଛନ୍ତି । ଭୁବନେଶ୍ବରରରେ ସାମ୍ବାଦିକ ସମ୍ମିଳନୀରେ ମନପ୍ରୀତ କହିଛନ୍ତି, "ବର୍ଷ ୨୦୦୮ରେ ଅଲମ୍ପିକ୍‌ ପାଇଁ ଟିମ ଯୋଗ୍ୟତା ଅର୍ଜନ କରିପାରିନଥିଲା । ମାତ୍ର କିଛି ବର୍ଷ ମଧ୍ୟରେ ଚିତ୍ର ବଦଳିଯାଇଛି ଓ ସଫଳତା ଓ ଫଳାଫଳ ସମସ୍ତଙ୍କ ସାମ୍ନାରେ । ବର୍ତ୍ତମାନ ଭାରତ ବିଶ୍ବ ମାନ୍ୟତାର ଉପରକୁ ଉଠିବାରେ ଲାଗିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.