ETV Bharat / sports

ଏକାଡେମୀ ହକି ନ୍ୟାସନାଲ ଚମ୍ପିଆନସିପ୍‌: ଟିମ ଓଡିଶାର ଦମଦାର ବିଜୟ

ପ୍ରଥମ ଦିନରେ ଓଡିଶାର ପ୍ରତିନିଧିତ୍ଵ କରୁଥିବା ଓଡିଶା ନାଭାଲ ଟାଟା ହକି ଏକାଡେମୀ ଦମଦାର ବିଜୟ ହାସଲ କରିଛି । ଅଧିକ ପଢନ୍ତୁ...

first edition of  Hockey India Junior and Sub Junior Women Academy National Championship 2021 commenced at Kalinga Stadium
ଏକାଡେମୀ ହକି ନ୍ୟାସନାଲ ଚମ୍ପିଆନସିପ୍‌: ଟିମ ଓଡିଶାର ଦମଦାର ବିଜୟ
author img

By

Published : Mar 17, 2021, 9:43 PM IST

Updated : Mar 17, 2021, 10:01 PM IST

ଭୁବନେଶ୍ବର: ଅଘୋଷିତ କ୍ରୀଡା ରାଜଧାନୀର ମାନ୍ୟତା ପାଇଥିବା ଭୁବନେଶ୍ବର ନାମରେ ଆଉ ଏକ ନୂଆ ସଫଳତାର ଫର୍ଦ୍ଦ ଯୋଡି ହୋଇଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ପ୍ରଥମ ଜୁନିଅର, ସବ-ଜୁନିଅର ମହିଳା ଏକାଡେମୀ ହକି ଚମ୍ପିଆନସିପ୍‌ ।

ପ୍ରଥମ ଦିନରେ ଓଡିଶାର ପ୍ରତିନିଧିତ୍ଵ କରୁଥିବା ଓଡିଶା ନାଭାଲ ଟାଟା ହକି ଏକାଡେମୀ ଦମଦାର ବିଜୟ ହାସଲ କରିଛି। ସବ ଜୁନିୟର ବିଭାଗରେ ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବାକୁ ଥିବାବେଳେ, ଗୋଟିଏ ମ୍ୟାଚ ରଦ୍ଦ ହୋଇଥିଲା । ତେବେ ଅନ୍ୟ ମ୍ୟାଚଟି ଓଡିଶା ଓ ମଧ୍ୟ ପ୍ରଦେଶ ଏକାଡେମୀ ମଧ୍ୟରେ ଖେଳା ଯାଇଥିଲା। ଯାହାକୁ ଓଡିଶା ଏକ ତରଫା ଭାବେ 5-0ଗୋଲ୍‌ରେ ଜିତି ନେଇଥିଲା।

ଏକାଡେମୀ ହକି ନ୍ୟାସନାଲ ଚମ୍ପିଆନସିପ୍‌: ଟିମ ଓଡିଶାର ଦମଦାର ବିଜୟ

ଜୁନିୟର ବିଭାଗରେ 4ଟି ମ୍ୟାଚ ଖେଳାଯାଇଥିଲା। ପଞ୍ଜାବ ହକି ଏକାଡେମୀ ଓ ଧ୍ୟାନଚାନ୍ଦ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌କୁ ପଞ୍ଜାବ 20-0ରେ ବିଜୟୀ ହୋଇଥିଲା । ସେହିପରି ମହାରାଷ୍ଟ୍ର ହକି ଏକାଡେମୀ ଓ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ମହାରାଷ୍ଟ୍ର 13-0ରେ ଓ ଜୟ ଭାରତ ଓ ଅଲମ୍ପିୟାନ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଟି 3-3ରେ ଡ୍ର ରହିଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Mar 17, 2021, 10:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.