ETV Bharat / sports

FIH ପ୍ରୋ ଲିଗ: ଅଷ୍ଟ୍ରେଲିଆକୁ 5-3ରେ ହରାଇ ପ୍ରତିଶୋଧ ନେଲା ଭାରତ

fih-pro-league-india-defeat-australia-2-2-3-1-in-the-penalty-shootout
FIH ପ୍ରୋ ଲିଗ: ଅଷ୍ଟ୍ରେଲିଆକୁ 5-3ରେ ହରାଇ ପ୍ରତିଶୋଧ ନେଲା ଭାରତ
author img

By

Published : Feb 22, 2020, 9:28 PM IST

Updated : Feb 22, 2020, 10:46 PM IST

22:12 February 22

ଭାରତ-ଅଷ୍ଟ୍ରେଲିଆର 2ୟ ମୁକାବିଲାରେ ଭାରତ ବିଜୟ

fih pro league
ଫଟୋ ସୌଜନ୍ୟ:@TheHockeyIndia

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ । ଭାରତ-ଅଷ୍ଟ୍ରେଲିଆର 2ୟ ମୁକାବିଲାରେ ପରାଜୟର ପ୍ରତିଶୋଧ ନେଲା ମନପ୍ରୀତ ବାହିନୀ । ରୋମାଞ୍ଚକର ମ୍ୟାଚରେ ସୁଟଆଉଟ୍‌ରେ ଅଷ୍ଟ୍ରେଲିଆକୁ 5-3ରେ ମାତ୍‌ ଦେଇଛି ଟିମ ଇଣ୍ଡିଆ ।  

ନିର୍ଦ୍ଧାରିତ ସମୟରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ 2-2 ଡ୍ର ରହିଥିଲା । ଏହାପରେ ସୁଟଆଉଟରେ ଭାରତ 3-1ରେ ଆଗୁଆ ରହିଥିଲା । ଫଳରେ ଭାରତ 5-3ରେ କଙ୍ଗାରୁ ଦଳକୁ ମାତ୍‌ ଦେଇଛି । 

21:10 February 22

କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ ପ୍ରୋ ଲିଗ୍‌ ଭାରତ-ଅଷ୍ଟ୍ରେଲିଆ 2ୟ ମୁକାବିଲା । ଭାରତର ରୋମାଞ୍ଚକର ବିଜୟ ।

fih pro league
ଫଟୋ ସୌଜନ୍ୟ:@sports_odisha

ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା 2-1ଗୋଲ୍‌ରେ ଆଗୁଆ ଭାରତ ରହିଛି । ମ୍ୟାଚର 23 ମିନିଟ୍‌ରେ ପ୍ରଥମେ ଭ୍ରମଣକାରୀ ଦଳ ଭାରତକୁ ଗୋଲ୍‌ ଦେଇଥିଲା । ତୁରନ୍ତ 25ମିନିଟ୍‌ରେ ରୁପିନ୍ଦର ସିଂ ଅଷ୍ଟ୍ରେଲିଆକୁ ଗୋଲ୍‌ ଦେଇ ମ୍ୟାଚକୁ ବାରାବର1-1କୁ ଆଣିଥିଲେ । ଏହାପରେ ହରମନପ୍ରତୀ ସିଂ 27ମିନିଟ୍‌ରେ  ପୁଣି ଏକ ଗୋଲ୍‌ ଦେଇ 2-1ରେ ଭାରତ ଆଗୁଆ ରହିଥିଲା । ଦ୍ବିତୀୟାର୍ଦ୍ଧର 46ମିନିଟ୍‌ରେ କଙ୍ଗାରୁ ଦଳ ପକ୍ଷରୁ ଭାରତକୁ ଆଉ ଏକ ଗୋଲ୍‌ ଦେଇ ମ୍ୟାଚକୁ 2-2ରେ ଡ୍ର କରିଥିଲେ ।  

ମ୍ୟାଚ ଡ୍ର ହେବାରୁ ସୁଟଆଉଟ ପର୍ଯ୍ୟାୟ ଖେଳାଯାଇଥିଲା । ଏହି ମ୍ୟାଚରେ ହରମନପ୍ରୀତ 'ପ୍ଲେୟାର ଅଫ୍‌ ଦି ମ୍ୟାଚ' ହୋଇଛନ୍ତି ।            

Last Updated : Feb 22, 2020, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.