ETV Bharat / sports

ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡିୟମରେ ଜୁନିଅର ପୁରୁଷ ହକି ବିଶ୍ବକପ୍‌, ଘୋଷଣା ହେଲା ମ୍ୟାଚ୍‌ ସୂଚୀ

author img

By

Published : Oct 21, 2021, 8:10 PM IST

ନଭେମ୍ବର ୨୪ରେ ଆୟୋଜକ ତଥା ଡିଫେଣ୍ଡିଂ ଚମ୍ପିଆନ ଭାରତ ଓ ଫ୍ରାନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ । ଅଧିକ ପଢନ୍ତୁ...

FIH Hockey Junior World Cup: pools and match schedules revealed
ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡିୟମରେ ଜୁନିଅର ପୁରୁଷ ହକି ବିଶ୍ବକପ୍‌, ଘୋଷଣା ହେଲା ମ୍ୟାଚ୍‌ ସୂଚୀ

ଭୁବନେଶ୍ବର: ପୁଣି କମ୍ପିବ କଳିଙ୍ଗ, ପ୍ରତିଟି ଗୋଲ୍‌ର ତାଳେତାଳେ ମତୁଆଲା ହେବେ ହକି ପ୍ରେମୀ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ଜୁନିଅର ପୁରୁଷ ହକି ବିଶ୍ବକପ । ଅନ୍ତର୍ଜାତୀୟ ହକି ମହାସଂଘ(FIH) ଏହି ମେଗା ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‌ ସୂଚୀ ଘୋଷଣା କରିଛି ।

ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ ଅଂଶଗ୍ରହଣ କରିବେ । ସମସ୍ତ ୧୬ଟି ଟିମକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି । ଆୟୋଜକ ଭାରତ ପୁଲ୍‌ ବି'ରେ ରହିଛି । ନଭେମ୍ବର ୨୪ରେ ଆୟୋଜକ ତଥା ଡିଫେଣ୍ଡିଂ ଚମ୍ପିଆନ ଭାରତ ଓ ଫ୍ରାନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ । ଫାଇନାଲ ମ୍ୟାଚ୍‌ ଡିସେମ୍ବର ୫ରେ ଖେଳାଯିବାନେଇ ସୂଚୀ ରହିଛି ।

ନଭେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁଲ୍‌ ପର୍ଯ୍ୟାୟ, ଡିସେମ୍ବର ୧ରେ କ୍ବାର୍ଟର-ଫାଇନାଲ, ଡିସେମ୍ବର ୩ରେ ସେମିଫାଇନାଲ ଓ ଡିସେମ୍ବର ୫ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ପୁଲ୍‌ ସୂଚୀ:

ପୁଲ୍‌ ଏ: ବେଲଜିୟମ, ଚିଲି, ମାଲେସିଆ,ଦକ୍ଷିଣ ଆଫ୍ରିକା

ପୁଲ୍‌ ବି: ଭାରତ, କାନାଡ଼ା, ଫ୍ରାନ୍ସ, ପୋଲାଣ୍ଡ

ପୁଲ୍‌ ସି: କୋରିଆ, ନେଦରଲାଣ୍ଡସ, ସ୍ପେନ, ଆମେରିକା

ପୁଲ୍‌ ଡି: ଆର୍ଜେଣ୍ଟିନା, ଜର୍ମାନୀ, ପାକିସ୍ତାନ, ଇଜିପ୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.