ETV Bharat / sports

କୋରୋନା ଲଢେଇରେ ଇଂଲଣ୍ଡ ମହିଳା ହକି ଟିମ

author img

By

Published : Apr 19, 2020, 10:38 AM IST

କୋରୋନା ଲଢେଇରେ ସାମିଲ ହୋଇଛି ଇଂଲଣ୍ଡ ମହିଳା ହକି ଟିମ । ଦୌଡ ପ୍ରତିଯୋଗିତା ମାଧ୍ୟମରେ ନ୍ୟାସନାଲ ହେଲଥ ସର୍ଭିସ(NHS)କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପାଣ୍ଠି ଯୋଗାଡରେ ଲାଗିଛି ଟିମ ।

England women hockey team to run for covid 19 relief fund
କୋରୋନା ଲଢେଇରେ ଇଂଲଣ୍ଡ ମହିଳା ହକି ଟିମ

ଲଣ୍ଡନ: କୋରୋନା ଲଢେଇରେ ସାମିଲ ହୋଇଛି ଇଂଲଣ୍ଡ ମହିଳା ହକି ଟିମ । 16 ବର୍ଷରୁ କମ ମହିଳା ହକି ଇଂଲଣ୍ଡ ଟିମ କୋରୋନା ମୁକାବିଲାରେ ସହାୟତା ପାଇଁ ନିଆରା ପ୍ରୟାସ କରିଛି । ନ୍ୟାସନାଲ ହେଲଥ ସର୍ଭିସ(NHS)କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପାଣ୍ଠି ଯୋଗାଡରେ ଲାଗିଛି ଟିମ । ସେଥିପାଇଁ ଦୌଡ ପ୍ରତିଯୋଗିତାର ଆୟୋଜନ ହୋଇଛି ।

ସମସ୍ତ ଖେଳାଳି ମିଶି ପ୍ରାୟ 2,070 ମାଇଲସ ଦୂରତା ଦୌଡ ଲଗାଇଛନ୍ତି । ବେଲଜିୟମ, ସ୍କଟଲାଣ୍ଡ ଓ ଜର୍ମାନୀ ବିପକ୍ଷରେ ଏହି ପ୍ରତିଯୋଗିତା କରୁଛି ଇଂଲଣ୍ଡ ଟିମ । ଏହି ପ୍ରତିଯୋଗିତାରୁ ଆୟ ଅର୍ଥକୁ ଏନଏଚଏସକୁ ପ୍ରଦାନ କରାଯିବା ନେଇ ଇଂଲଣ୍ଡ ହକି ପକ୍ଷରୁ କୁହଯାଇଛି । ଏଥିସହିତ ଏନଏଚଏସ ଅଧିକ ସ୍ବାସ୍ଥ୍ୟ ଉପକରଣ ସହ, ନିଜର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଯଥାସମ୍ଭବ ସୁରକ୍ଷା ଯୋଗାଇପାରିବ ।

ପୂର୍ବରୁ ଇଂଲଣ୍ଡ ଫୁଟବଲ ମହିଳା ଟିମ, ପ୍ରିମିୟର ଲିଗ ଖେଳାଳି ମଧ୍ୟ ଏନଏଚଏସ ଚାରିଟିକୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏପ୍ରିଲ 18 ସୁଦ୍ଧା ୟୁକେରେ 1,09,769 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 14,607 ଲୋକ ପ୍ରାଣ ହରାଇ ସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.