ଭୁବନେଶ୍ବର: ନଭେମ୍ବର ୨୪ରୁ ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ପୁରୁଷ କନିଷ୍ଠ ହକି ବିଶ୍ବକପ ୨୦୨୧ । ଏହି ମେଗା ଟୁର୍ନାମେଣ୍ଟ ମେଣ୍ଟରେ ରହିଛନ୍ତି ମୋଟ ୧୬ଟି ଟିମ । ସମ୍ମାନଜନକ ଟ୍ରଫି ପାଇଁ ଲଢେଇ କରିବେ ବିଶ୍ବର ଶ୍ରେଷ୍ଠ ପ୍ରତିଭାବାନ ହକି ଖେଳାଳି । ଏହି ମେଗା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଇଜିପ୍ଟ ହକି ଟିମ ଭୁବନେଶ୍ବରରେ ପହଞ୍ଚିଛି ।
-
📸 | Stills from the airport as we welcome the Egyptian Hockey Team to Bhubaneswar for the FIH Odisha Hockey Men’s Junior World Cup 2021 🏆#IndiaKaGame #RisingStars #JWC2021 pic.twitter.com/6H1NqUn1T6
— Hockey India (@TheHockeyIndia) November 22, 2021 " class="align-text-top noRightClick twitterSection" data="
">📸 | Stills from the airport as we welcome the Egyptian Hockey Team to Bhubaneswar for the FIH Odisha Hockey Men’s Junior World Cup 2021 🏆#IndiaKaGame #RisingStars #JWC2021 pic.twitter.com/6H1NqUn1T6
— Hockey India (@TheHockeyIndia) November 22, 2021📸 | Stills from the airport as we welcome the Egyptian Hockey Team to Bhubaneswar for the FIH Odisha Hockey Men’s Junior World Cup 2021 🏆#IndiaKaGame #RisingStars #JWC2021 pic.twitter.com/6H1NqUn1T6
— Hockey India (@TheHockeyIndia) November 22, 2021
ଗ୍ରୁପ୍ ଡି' ରେ ଆର୍ଜେଣ୍ଟିନା, ଜର୍ମାନୀ ଓ ପାକିସ୍ତାନ ଟିମ ସହ ସ୍ଥାନ ପାଇଛି ଇଜିପ୍ଟ । ଫଳରେ ଗ୍ରୁପ ପର୍ଯ୍ୟାୟରେ ଇଜିପ୍ଟ ସାମ୍ନାରେ କଡା ଆହ୍ବାନ ରହିଛି ।
ହକି ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ ଇଜିପ୍ଟ କୋଚ୍ କହିଛନ୍ତି, "ଏହି ଟୁର୍ନାମେଣ୍ଟ ଶେଷ ପରେ ଖେଳାଳିମାନେ ସିନିୟର ଟିମରେ ଖେଳିବେ, ସେଥିପାଇଁ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟ ରହିଛି । ବିଶ୍ବକପରେ ଏକ ଶକ୍ତିଶାଳୀ ଓ ପ୍ରଭାବୀ ଟିମ ହେବାକୁ ରଣନୀତି ରହିଛି । ସମସ୍ତ ଖେଳାଳି ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଉତ୍ସାହିତ ଅଛନ୍ତି କାରଣ ୨୦୧୮ ସଂସ୍କରଣର ହକି ବିଶ୍ବକପ ଏହି ଭେନ୍ୟୁରେ ଖେଳାଯିବାର ସେମାନେ ଦେଖିଥିଲେ ।"
ଗୁରୁବାର ଆର୍ଜେଣ୍ଟିନା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଇଜିପ୍ଟ FIH ଓଡିଶା ହକି ପୁରୁଷ ଜୁନିଅର ବିଶ୍ବକପ ଭୁବନେଶ୍ବରରେ ଅଭିଯାନ ଆରମ୍ଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ