ପ୍ୟାରିସ: ଓରଲେନସ ମାଷ୍ଟର୍ସର ମିକ୍ସ ଡବଲ୍ସରେ ଧ୍ରୁବ କାପିଲା ଓ ଅଶ୍ବିନି ମଧ୍ୟ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। କ୍ବାର୍ଟର ଫାଇନାଲରେ ଦୁହେ ବ୍ରିଟେନର ମାକ୍ସ ଫ୍ଲିନ ଓ ଜେସିକା ପୁଘଙ୍କୁ ଭେଟିଥିଲେ। ତେବେ ଦୁଇଟି ସିଧା ସେଟ 21 - 13, 21 -18ରେ ଏହି ମ୍ୟାଚରେ ଦୁହେଁ ବିଜୟୀ ହୋଇଛନ୍ତି।
-
𝗠𝗔𝗝𝗘𝗦𝗧𝗜𝗖🔥
— BAI Media (@BAI_Media) March 26, 2021 " class="align-text-top noRightClick twitterSection" data="
Newly paired Mixed doubles pair @dhruvkapilaa & @P9Ashwini put up a great performance as they booked their Semi final seats at #OrleansMasters beating 🏴's Max Flynn & Jessica Pugh by 21-13, 21-18.
Very well played💪🏻#OrleansMasters2021 pic.twitter.com/pEdoNn3mDi
">𝗠𝗔𝗝𝗘𝗦𝗧𝗜𝗖🔥
— BAI Media (@BAI_Media) March 26, 2021
Newly paired Mixed doubles pair @dhruvkapilaa & @P9Ashwini put up a great performance as they booked their Semi final seats at #OrleansMasters beating 🏴's Max Flynn & Jessica Pugh by 21-13, 21-18.
Very well played💪🏻#OrleansMasters2021 pic.twitter.com/pEdoNn3mDi𝗠𝗔𝗝𝗘𝗦𝗧𝗜𝗖🔥
— BAI Media (@BAI_Media) March 26, 2021
Newly paired Mixed doubles pair @dhruvkapilaa & @P9Ashwini put up a great performance as they booked their Semi final seats at #OrleansMasters beating 🏴's Max Flynn & Jessica Pugh by 21-13, 21-18.
Very well played💪🏻#OrleansMasters2021 pic.twitter.com/pEdoNn3mDi
ସେପଟେ ଓରଲେନସ ମାଷ୍ଟର୍ସରୁ ନକଆଉଟ ହେଲେ ଭାରତୀୟ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ। କ୍ବାର୍ଟର ଫାଇନାଲରେ ଫ୍ରାନ୍ସର ଟୋମା ଜୁନିଅର ପୋପୋଭଙ୍କ ସହ ତାଙ୍କର ମୁକାବିଲା ହୋଇଥିଲା। ଏହି ମ୍ୟାଚକୁ ମାତ୍ର ଦୁଇଟି ସେଟରେ ଜିତି ନେଇଥିଲେ ଟୋମା ଜୁନିଅର ପୋପୋଭ। 21-19 ଓ 21 -17 ସିଧା ସେଟରେ କିଦାମ୍ବୀ ପରାଜିତ ହୋଇଛନ୍ତି।
41 ମିନିଟ ଧରି ଚାଲିଥିବା ଏହି ମ୍ୟାଚରେ କିଦାମ୍ବୀ ଭଲ ଆରମ୍ଭ କରିଥିଲେ। କିନ୍ତୁ ପୋପୋଭ ଶକ୍ତ ଟେକ୍ନିକ ଆଗରେ କିଦାମ୍ବୀ ଫିକା ପଡ଼ି ଯାଇଥିଲେ। ପ୍ରଥମ ସେଟ ଦୁହିଁଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ତେବେ ଦ୍ବିତୀୟ ସେଟରେ ପୋପୋଭଙ୍କଠାରୁ 4 ପଏଣ୍ଟ ବ୍ୟବଧାନରେ ପରାଜିତ ହୋଇଥିଲେ କିଦାମ୍ବୀ।
ସେପଟେ ଓରଲେନସ ମାଷ୍ଟର୍ସର ଭାରତୀୟ ମହିଳା ସଟଲରମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିଛନ୍ତି। ଖାଲି ସେତିକି ନୁହେଁ ଭାରତୀୟ ମହିଳା ଡବଲ୍ସ ଯୋଡି ଅଶ୍ବିନି ପୋନାପ୍ପା ଓ ଏନ ସିକି ରେଡ୍ଡି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ