ନୂଆଦିଲ୍ଲୀ: ମହାମାରୀ କୋରାନା ଭାଇରସର ମୁକାବିଲା କରୁଛି ଭାରତ । ଏହି ମୁକିବିଲାରେ ଦେଶର ପ୍ରମୁଖ କ୍ରୀଡା ସଂଗଠନ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ତେବେ ହକି ଇଣ୍ଡିଆ ସହାୟତା ରାଶିକୁ 1 କୋଟି ପର୍ଯ୍ୟନ୍ତ ବଢାଇଦେଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ 25 ଲକ୍ଷ ଦାନ କରିଥିବା ବେଳେ, ଅଧିକ 75 ଲକ୍ଷ ପ୍ରଦାନ କରିଛି । ହକି ଇଣ୍ଡିଆ ସର୍ବଦା ପ୍ରତିଟି ଭାରତୀୟଙ୍କ ଅସୁବିଧାରେ ସାଥ ଦେବ ବୋଲି କହିବା ସହ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ କପ 1 କୋଟି ଟଙ୍କା ପ୍ରଦାନ କରାଯାଇଥିବ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସାଧାରଣ ସମ୍ପାଦକ ରାଜିନ୍ଦର ସିଂହ ।