ETV Bharat / sports

'Chak De': ଅଲମ୍ପିକ ହକି ଇତିହାସରେ ପ୍ରଥମଥର ସେମିରେ ଭାରତ, କାନ୍ଦିଲେ କୋଚ୍‌ - Chak De india

ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ । ଅଲମ୍ପିକ ଇତିହାସରେ ପ୍ରଥମ ଥର ପାଇଁ ହକି ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ଟିମ । ଅଧିକ ପଢନ୍ତୁ...

'Chak De': ଅଲମ୍ପିକ ହକି ଇତିହାସରେ ପ୍ରଥମଥର ସେମିରେ ଭାରତ, କାନ୍ଦିଲେ କୋଚ୍‌
'Chak De': ଅଲମ୍ପିକ ହକି ଇତିହାସରେ ପ୍ରଥମଥର ସେମିରେ ଭାରତ, ଖୁସିରେ କାନ୍ଦିଲେ କୋଚ୍‌
author img

By

Published : Aug 2, 2021, 12:27 PM IST

ଟୋକିଓ: ଭାରତ ପାଇଁ ଡବଲ ଖୁସି, ପୁରୁଷ ଟିମ ପରେ ଅଲମ୍ପିକ ହକି ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ଟିମ । ଅଲମ୍ପିକ ଇତିହାସରେ ପ୍ରଥମ ଥର ମହିଳା ହକି ସେମିଫାଇନାଲରେ ପହଞ୍ଚିଛି ଭାରତ । କ୍ବାର୍ଟର-ଫାଇନାଲ ମୁକାବିଲାରେ ସୋମବାର, ୩ଥରର ଚମ୍ପିଆନ ଓ ବିଶ୍ବ ମାନ୍ୟତାର ୨ନମ୍ବର ଟିମ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଐତିହାସିକ ପ୍ରଦର୍ଶନ କରିଛି ରାନୀ ରାମପାଲଙ୍କ ଟିମ ।

ଗତକାଲି(ରବିବାର) ଭାରତୀୟ ପୁରୁଷ ଟିମ ୪୯ ବର୍ଷର ବ୍ୟବଧାନରେ ସେମିଫାଇନାଲରେ ପ୍ରବେଶ କରିବାର ଦିନକ ପରେ ବିଶ୍ବ ମାନ୍ୟତାର ୯ ନମ୍ବର ସ୍ଥାନରେ ଥିବା ମହିଳା ଟିମ ଜବରଦସ୍ତ ଅବିଶ୍ବସନୀୟ ପ୍ରଦର୍ଶନ କରିବା ସହ ଶେଷ ୪ ଟିମ ମଧ୍ୟରେ ସାମିଲ ହୋଇଛି ।

ମ୍ୟାଚ୍‌ର ୨୨ତମ ମିନିଟରେ ଡ୍ରାଗ ଫ୍ଲିକର ଗୁରଜିତ କୌର ମିଳିଥିବା ପେନାଲିଟି କର୍ଣ୍ଣର ସୁବର୍ଣ୍ଣ ସୁଯୋଗ ହାତଛଡା କରିନଥିଲେ । ଭାରତ ପକ୍ଷରୁ ଏକମାତ୍ର ଅବିଶ୍ବସନୀୟ ଗୋଲ୍‌ କରିବା ସହ ଅଷ୍ଟ୍ରେଲିଆକୁ ଚକିତ କରିଦେଇଥିଲେ । ମ୍ୟାଚ ଆରମ୍ଭରୁ ବିଶ୍ବର ନମ୍ବର ୨ ଟିମ ବିପକ୍ଷରେ ସମସ୍ତ ରେକର୍ଡ, ସମ୍ଭାବନା, ବିଷ୍ଳେଷଣ, ଆକଳନ ଭାରତ ସପକ୍ଷରେ ନଥିଲା । ଟୁର୍ଣ୍ଣାମେଣ୍ଟରେ ଏଯାବତ ଅପରାଜେୟ ରହିଥିଲା ଅଷ୍ଟ୍ରେଲିଆ ।

ସେଥିପାଇଁ ମ୍ୟାଚ ଶେଷ ପରେ ଗୁରଜିତ କହିଛନ୍ତି, "ଆମେ ବହୁତ ଖୁସି, ଦୀର୍ଘ ଦିନର କଠିନ ପରିଶ୍ରମର ଏହା ଫଳ । ୧୯୮୦ରେ ଆମେ ଯୋଗ୍ୟତା ଅର୍ଜନ କରିଥିଲୁ, ମାତ୍ର ଏଥର ସେମିଫାଇନାଲରେ ପହଞ୍ଚିଲୁ । ସମସ୍ତଙ୍କ ପାଇଁ ଏହା ଗର୍ବର ମୂହୂର୍ତ୍ତ ।"

"ଏହି ଟିମ ଏକ ପରିବାର, ଆମେ ସମସ୍ତେ ସମସ୍ତଙ୍କୁ ସହାୟତା କରୁ ଓ ଦେଶବାସୀଙ୍କ ମଧ୍ୟ ସହଯୋଗ ରହିଛି ।"

ଏହି ବିଜୟ ପରେ ମୁଖ୍ୟ କୋଚ୍‌ ଜୋର୍ଡ ମାରିଜିନ ଖୁସିରେ ଆତ୍ମବିଭୋର ହେବାସହ କାନ୍ଦିପକାଇଥିଲେ ।

ଏହାପୂର୍ବରୁ ହକିରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୧୯୮୦ ମସ୍କୋ ଅଲମ୍ପିକରେ ରହିଥିଲା । ୬ଟି ଟିମ ମଧ୍ୟରୁ ଚତୁର୍ଥ ସ୍ଥାନରେ ରହିଥିଲା । ସେହି ସଂସ୍କରଣରେ ଅଲମ୍ପିକରେ ଡେବ୍ୟୁ କରିଥିଲା ମହିଳା ହକି । ପ୍ରତିଯୋଗିତା ରାଉଣ୍ଡ ରବିନ ଫର୍ମାଟରେ ଖେଳାଯାଇଥିଲା ଓ ଦୁଇଟି ଟିମ ଫାଇନାଲକୁ ଉନ୍ନୀତ ହୋଇଥିଲେ ।

ବୁଧବାର ସେମିଫାଇନାଲରେ ରାନୀ ରାମପାଲଙ୍କ ଟିମ ଆର୍ଜେଣ୍ଟିନାକୁ ଭେଟିବ । ଏହି ମାରାଥନ ବିଜୟ ସହ ଦୃଢ ଆତ୍ମବିଶ୍ବାସ ଲାଭ କରିଥିବା ଭାରତୀୟ ମହିଳା ଟିମ ଆର୍ଜେଣ୍ଟିନା ଆହ୍ବାନ ପାର୍‌ କରିବାକୁ ପ୍ରସ୍ତୁତ ରହିଛି ।

ଆରମ୍ଭରୁ ଆକ୍ରମଣ କରିନଥିଲା ଭାରତ । ପ୍ରଥମରୁ ଧୀମା ଖେଳିବା ସହ ଅଷ୍ଟ୍ରେଲିଆକୁ ଅଟକାଇବାକୁ ରଣନୀତି କରିଥିଲା । ଏକ ଗୋଲ୍‌ ସୁଯୋଗ ଅଷ୍ଟ୍ରେଲିଆକୁ ମିଳିଥିଲେ ମଧ୍ୟ ଭାରତୀୟ ଗୋଲ୍‌କିପର ଏହାକୁ ରୋକିଦେଇଥିଲେ । ଏହାପରେ ହଠାତ୍‌ ଦ୍ବିତୀୟ ୧୫ ମିନିଟରେ ରଣନୀତି ବଦଳାଇଥିଲା ଭାରତ । ଗୋଲ୍ କରିବାକୁ ଜୋରଦାର ଆକ୍ରମଣ କରିଥିଲା ।

ଭାରତର ଏହି ଚାଲ୍‌କୁ ବୁଝିପାରିନଥିଲେ କଙ୍ଗାରୁ ଖେଳାଳି । ଛକାପଞ୍ଝା ମଧ୍ୟରେ ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିବା ପରେ ମିଳିଥିବା ପେନାଲିଟି କର୍ଣ୍ଣରୁ ୨୨ତମ ମିନିଟରେ ଡ୍ରାଗ ଫ୍ଲିକର ଗୁରଜିତ ଗୋଲ୍‌ ପୋଷ୍ଟରେ ପହଞ୍ଚାଇଦେଇଥିଲେ । ଫଳରେ ୧-୦ରେ ଆଗୁଆ ହେବାସହ ଭାରତ ପୁଣି ରଣନୀତିରେ ପରିବର୍ତ୍ତନ କରିଥିଲା । ବିଶ୍ବ ନମ୍ବର ୨ ଅଷ୍ଟ୍ରେଲିଆକୁ ରୋକିବାକୁ ସମସ୍ତ ଦମ ଲଗାଇଦେଇଥିଲା ଓ ଏହି ଚାଲ୍‌ରେ ସଫଳ ହୋଇଥିଲା । ଶେଷ କ୍ବାର୍ଟରର ହୁଇସିଲ ବାଜିବା ପର୍ଯ୍ୟନ୍ତ କଙ୍ଗାରୁ ଖେଳାଳିଙ୍କୁ ସୁଯୋଗ ଦେଇନଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.