ETV Bharat / sports

ବ୍ରୋଞ୍ଜ ବିଜୟୀ ଭାରତ, ମନଦୀପଙ୍କ ଘରେ ଉତ୍ସବର ମାହୋଲ

author img

By

Published : Aug 5, 2021, 11:28 AM IST

ଜର୍ମାନୀକୁ 5-4 ରେ ପରାସ୍ତ କରି ଭାରତୀୟ ପୁରୁଷ ହକି ଟିମ ୪୧ ବର୍ଷ ପରେ ଅଲମ୍ପିକରେ ବ୍ରୋଞ୍ଜ ପଦକ ହାସଲ କରିଛି । ଅଧିକ ପଢନ୍ତୁ...

Celebrations at Indian Hockey Player Mandeep Singh in Jalandhar
ବ୍ରୋଞ୍ଜ ବିଜୟୀ ଭାରତ, ମନଦୀପ ଘରେ ଉତ୍ସବର ମାହୋଲ

ଜଳନ୍ଧର(ପଞ୍ଜାବ): ସେମିଫାଇନାଲରେ ହାରିଯିବା ପରେ ଭାରତୀୟ ପୁରୁଷ ହକି ଟିମ ଏବଂ ଜର୍ମାନୀ ଆଜି ଅଲମ୍ପିକ୍ ହକିରେ ବ୍ରୋଞ୍ଜ ପଦକ ପାଇଁ ପ୍ରତିଦ୍ବନ୍ଦ୍ବୀତା କରିଥିଲେ। ଏହି ମ୍ୟାଚରେ ଜର୍ମାନୀକୁ 5-4 ରେ ପରାସ୍ତ କରି ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି । ସମଗ୍ର ଦେଶ ଭାରତର ଏହି ବିଜୟ ଉତ୍ସବ ପାଳନ କରୁଥିବାବେଳେ ଦଳର ଖେଳାଳିଙ୍କ ଘରେ ଖୁସିର ବାତାବରଣ ରହିଛି ।

ଭାରତୀୟ ଦଳର ଖେଳାଳି ମନଦୀପଙ୍କ ଘର ମଧ୍ୟ ସମାନ ପରିବେଶ ରହିଛି । ମନଦୀପଙ୍କ ପରିବାର ସକାଳୁ ମ୍ୟାଚ୍ ଦେଖୁଥିଲେ ଏବଂ ସ୍କୋର ବଢିବା ସହିତ ସେମାନଙ୍କର ଖୁସି ମଧ୍ୟ ବଢିବାରେ ଲାଗିଥିଲା | ମନଦୀପଙ୍କ ପିତା ରବିନ୍ଦର ସିଂ କହିଛନ୍ତି ଯେ, ଯଦିଓ ଦଳ ସେମିଫାଇନାଲରେ ହାରିଛି, କିନ୍ତୁ ବ୍ରୋଞ୍ଜ ପଦକ ଜିତି ଏହା ଦର୍ଶାଇଛି ଯେ ଭାରତୀୟ ହକି ଦଳ ବିଶ୍ବ ସ୍ତରୀୟ ଦଳ ଏବଂ ପ୍ରତିନ୍ଦ୍ବନ୍ଦ୍ବୀତା କରିବା ସହଜ ନୁହେଁ। ଏହା ମ୍ୟାଚର ବିଜୟକୁ ନେଇ ସେ ଖୁସି ବ୍ୟକ୍ତ କରି କହିଛନ୍ତି ସମସ୍ତ ଖେଳାଳି ବହୁତ ଭଲ ଖେଳିଛନ୍ତି ଏବଂ ଗୋଟିଏ ଦଳଗତ ପ୍ରଦର୍ଶନ ଆଧାରରେ ଏହି ବିଜୟ ମିଳିଛି ।

ମନଦୀପଙ୍କ ଭାଇ ହରମିନ୍ଦର ସିଂହ ମଧ୍ୟ ଖୁସିବ୍ୟକ୍ତ କରିବା ସହ ୪୧ ବର୍ଷ ପରେ ହକିରେ ଭାରତକୁ ଅଲମ୍ପିକ ପଦକ ମିଳଥିବାରୁ ଟିମର ସମସ୍ତ ଖେଳାଳିଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ।

ବ୍ୟୁରୋ ରିପାର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.