ଭୁବନେଶ୍ବର: FIH ହକି ପ୍ରୋ-ଲିଗ 2020 ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହେଇଛି । 20 ଜଣିଆ ଭାରତୀୟ ଦଳରେ 2 ଜଣ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳଛି । ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଦଳରେ ସ୍ଥାନ ପାଇଛନ୍ତି ।
ଜାନୁୟାରୀ 18ରେ ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ । 18 ଓ 19ରେ ଭାରତୀୟ ଦଳ ନେଦରଲାଣ୍ଡକୁ ଭେଟିବ । ପୁଣି ଓଡିଶା ହକିପ୍ରେମୀ ନିଜ ପ୍ରିୟ ହକି ଖେଳାଳିଙ୍କ ଖେଳକୁ ଉପଭୋଗ କରିବେ । ନେଦରଲାଣ୍ଡ ସହ ଭାରତ ଶେଷଥର 2018 ବିଶ୍ବକପ କ୍ବାର୍ଟରଫାଇନାଲରେ ମୁହାଁମୁହିଁ ହୋଇଥିଲା ।
ଭାରତୀୟ ଦଳ:
ପି ଆର ଶ୍ରୀଜେଶ, କିଶନ ବାହାଦୂର ପାଠକ, ହରମନପ୍ରିତ ସିଂହ, ଗୁରିନ୍ଦର ସିଂହ, ଅମିତ ରୋହିଦାସ, ସୁରନ୍ଦର କୁମାର, ବିରେନ୍ଦ୍ର ଲାକ୍ରା, ରୁପିନ୍ଦର ସିଂହ, ମନପ୍ରିତ ସିଂହ(କ୍ୟାପଟେନ), ବିବେକ ସାଗର ପ୍ରସାଦ, ଚିଙ୍ଗଲେନସାନା ସିଂହ, ନିଳକଣ୍ଠ ଶର୍ମା, ସୁମିତ, ଗୁରିନ୍ଦର ସିଂହ, ଏସ ଭି ସୁନୀଲ, ଲଳିତ କୁମାର ଉପାଧାୟ, ମନଦୀପ ସିଂହ, ଗୁରସାହିବିଜିତ ସିଂହ, କୋତାଜିତ ସିଂହଖାଡାଙ୍ଗବାମ ।