ETV Bharat / sports

ଆଉ ନାହାନ୍ତି ବଲବୀର ସିଂହ ଜୁନିୟର, ହକି ଜଗତ ସ୍ତବ୍ଦ - ଚିରନିଦ୍ରାରେ ବଲବୀର ସିଂହ

ଏମିତି ବି ମୃତ୍ୟୁ ଆସେ..ଶନିବାର ରାତିରେ ଶୋଇଥିଲେ, ସକାଳେ ପତ୍ନୀ ଉଠାଇବାକୁ ଚେଷ୍ଟା କରିଥିଲେ, ମାତ୍ର ସେ ଚିରନିଦ୍ରାରେ ଶୋଇ ସାରିଥିଲେ, ଆଉ ଉଠିନଥିଲେ । ଅଧିକ ପଢନ୍ତୁ...

Big loss to hockey world, no more Balbir Singh Jr.
ଆଉ ନାହାନ୍ତି ବଲବୀର ସିଂହ ଜୁନିୟର, ହକି ଜଗତ ସ୍ତବ୍ଦ
author img

By

Published : Apr 12, 2021, 6:06 PM IST

Updated : Apr 12, 2021, 6:50 PM IST

ଚଣ୍ଡିଗଡ: ରବିବାର ଭାରତୀୟ ହକି ଜଗତ ପାଇଁ ହୋଇଛି ଅଶୁଭ । ପରଲୋକରେ ଭେଟେରାନ ପୂର୍ବତନ ଭାରତୀୟ ହକି ଖେଳାଳି ତଥା ଏସୀୟ କ୍ରୀଡାରେ ରୌପ୍ୟ ପଦକ ବିଜେତା ଭାରତୀୟ ଟିମର ସଦସ୍ୟ ବଲବୀର ସିଂହ ଜୁନିୟର । ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା ।

ହାର୍ଟ ରୋଗରେ ପୀଡିତ ଥିଲେ ଓ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ବୋଲି ବଲବୀର ସିଂହ ଜୁନିୟରଙ୍କ ପତ୍ନୀ ସୁଖପାଲ କୌର ସୂଚନା ଦେଇଛନ୍ତି । ସକାଳ 5.00ଟାରେ ଯେବେ ପତ୍ନୀ ସୁଖବୀର, ବଲବୀରଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କରିଥିଲେ ମାତ୍ର ସେ ଉଠିନଥିଲେ । ଚିରନିଦ୍ରାରେ ଶୋଇସାରିଥିଲେ ।

ଜଳନ୍ଧରର ସଂସାରପୁରରେ ମେ' 2, 1932ରେ ବଲବୀର ସିଂହ ଜୁନିୟରଙ୍କ ଜନ୍ମ । ଚଣ୍ଡିଗଡର ସେକ୍ଟର -34ରେ ସେ ପରିବାର ସହ ରହୁଥିଲେ । ବିଳମ୍ବିତ ରାତିରେ ସେକ୍ଟର-25 ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଏ ପୁଅ ଓ ଝିଅ ରହିଛନ୍ତି । ପୁଅ ହରମନଜିତ କାନାଡାରେ ରହୁଥିବାବେଳେ, ଝିଅ ମନଦୀପ ଆମେରିକାରେ ରୁହନ୍ତି । ମୃତ୍ୟୁ ଖବର ଶୁଣି ଝିଅ ପହଞ୍ଚିପାରିଥିଲେ ମାତ୍ର ପୁଅ ପହଞ୍ଚିପାରିନଥିଲେ ।

ବଲବୀର ସିଂହ ଜୁନିୟର ଭାରତୀୟ ରେଲୱେ ହକି ଟିମର ପ୍ରମୁଖ ସଦସ୍ୟ ରହିଛନ୍ତି ଓ ଅନେକ ଗୌରବ ଆଣିଛନ୍ତି । ବର୍ଷ 1957ରୁ 1959 ପର୍ଯ୍ୟନ୍ତ ତାଙ୍କ ସମୟରେ ରେଲୱେ ଟିମ ଜାତୀୟ ଚମ୍ପିଆନ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 12, 2021, 6:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.