ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡ ସମଗ୍ର ବିଶ୍ବରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏ ଘଟଣାର ଭୟାବହତା କାହାକୁ ମଧ୍ୟ ଅଛପା ନାହିଁ । ଏହା ଦ୍ବାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସହାୟତା କରିବା ବିଶ୍ବର କୋଣ ଅନୁକୋଣରୁ ସହାୟତାର ସୁଅ ଛୁଟିଛି । ଏହି କ୍ରମରେ ହକି ଇଣ୍ଡିଆ ପ୍ରଭାବିତ ଲୋକଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛି ।
ଏହି ମର୍ମରେ 25 ହଜାର ଡଲାରର ସହାୟତା ରାଶି ପ୍ରଦାନ ଅଗ୍ନିକାଣ୍ଡ ପୀଡିତଙ୍କୁ ପ୍ରଦାନ କରିଛି ହକି ଇଣ୍ଡିଆ । ଏହା ସହ ଜାତୀୟ ଦଳର ହସ୍ତାକ୍ଷର ଥିବା ଜର୍ସି ମଧ୍ୟ ଦାନ କରିଛି । ସେହି ଜର୍ସିକୁ ନିଲାମ କରାଯିବ । ସେଥିରୁ ଯାହା ଆୟ ହେବ, ସେହି ଅର୍ଥକୁ ରେଡକ୍ରସ ପାଣ୍ଠି ମାଧ୍ୟମରେ ଅଗ୍ନିକାଣ୍ଡ ପୀଡିତଙ୍କ ପାଇଁ ସାହାଯ୍ୟ ପାଇଁ ଯୋଗାଇ ଦିଆଯିବ । ଏନେଇ ହକି ଅଷ୍ଟ୍ରେଲିଆ ଏକ ଧନ୍ୟବାଦ ପତ୍ର ହକି ଇଣ୍ଡିଆକୁ ପଠାଇ କୃତଜ୍ଞତା ଜଣାଇଛି । ହକି ଇଣ୍ଡିଆ ପୂର୍ବରୁ ଅନେକ କ୍ରୀଡାବିତ୍ ସାହାଯ୍ୟର ହାତ ବଢାଇଛନ୍ତି ।