ETV Bharat / sports

Olympics: ଓଡିଆ ପୁଅ ଶୁଭଙ୍କର ସାବ୍ୟସ୍ତ, ହକିରେ ବିଜୟୀ ଭାରତ

ଓଡିଆ ପୁଅ ଅମିତ ରୋହିଦାସଙ୍କ ଅନ୍ତର୍ଜାତୀୟ ହକି ମ୍ୟାଚ ନମ୍ବର ୧୦୦, ବିରେନ୍ଦ୍ର ଲାକ୍ରାଙ୍କ ୨୦୦ତମ ମ୍ୟାଚରେ ସ୍ପେନ ବିପକ୍ଷରେ ୩-୦ରେ ଭାରତର ଦମଦାର ବିଜୟ । ଅଧିକ ପଢନ୍ତୁ...

author img

By

Published : Jul 27, 2021, 10:10 AM IST

OLYMPICS: AMIT ROHIDAS, BIRENDRA LAKRA PLAYED THEIR 100TH AND 200TH MATCH FOR TEAM INDIA
Olympics: ଓଡିଆ ପୁଅ ଶୁଭଙ୍କର ସାବ୍ୟସ୍ତ , ହକିରେ ବିଜୟୀ ଭାରତ

ଟୋକିଓ: ଭାରତୀୟ ହକି ଦଳ ଅଲମ୍ପିକରେ ନିଜର ଗୌରବମୟ ଇତିହାସକୁ ଦୋହରାଇବାକୁ ଆଉ ପାଦେ ଆଗେଇଛି । ଗ୍ରୁପ ପର୍ଯ୍ୟାୟର ତୃତୀୟ ମ୍ୟାଚରେ ସ୍ପେନକୁ ୩-୦ରେ ହରାଇଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ କିୱି ଚ୍ୟାଲେଞ୍ଜ ପାର୍‌ କରିଥିବା ମନପ୍ରୀତ ବାହିନୀ ଦ୍ବିତୀୟ ମ୍ୟାଚରେ ୭-୧ର ବଡ ବ୍ୟବଧାନରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା । ଫଳରେ ପ୍ରତିଯୋଗିତାରେ ସୁରକ୍ଷିତ ରହିବାକୁ ହେଲେ ସ୍ପେନ ବିପକ୍ଷ ମ୍ୟାଚ୍‌ରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଥିଲା ଦଳ । ତେବେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ବିଜୟରେ ଶୁଭଙ୍କର ସାବ୍ୟସ୍ତ ହୋଇଛନ୍ତି, ଦୁଇ ଓଡିଆ ପୁଅ ଅମିତ ରୋହି ଦାସ ଓ ବିରେନ୍ଦ୍ର ଲାକ୍ରା । ଆରମ୍ଭ ଏକାଦଶରେ(Starting XI) ଅମିତ ରୋହି ଦାସଙ୍କୁ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ । ପରେ ବିରେନ୍ଦ୍ର ବଦଳ ଖେଳାଳି (Substitute)ଭାବେ ମଧ୍ୟ ସୁଯୋଗ ପାଇଥିଲେ ।

ଏହି ମ୍ୟାଚ୍‌ ହକି ଟିମ ଇଣ୍ଡିଆର ଅଭିଜ୍ଞ ଡିଫେଣ୍ଡର ଅମିତ ରୋହିଦାସଙ୍କ ୧୦୦ତମ ଓ ବିରେନ୍ଦ୍ର ଲାକ୍ରାଙ୍କ ୨୦୦ତମ ମ୍ୟାଚ ଥିଲା । ଫଳରେ ଉଭୟଙ୍କ ପାଇଁ ସ୍ମରଣୀୟ ଅଲମ୍ପିକ ବିଜୟୀ ମ୍ୟାଚ୍‌ ହୋଇଛି । ହକି ଇଣ୍ଡିଆ ଉଭୟ ଓଡିଆ ଖେଳାଳିଙ୍କୁ 'ଗୋଲ୍ଡେନ ବୟ' କହିବା ସହ ଶୁଭେଚ୍ଛା ଜଣାଇଛି ।

ସ୍ପେନ ବିପକ୍ଷ ମ୍ୟାଚରେ ଭାରତ ଆରମ୍ଭରୁ ଆକ୍ରମଣ କରିଥିଲା ଓ ପ୍ରଥମ କ୍ବାର୍ଟରରୁ ହିଁ ପ୍ରତିପକ୍ଷ ସ୍ପେନ ଉପରେ ଚାପ ସୃଷ୍ଟି କରିଥିଲା । ସିମ୍ରନଜିତ ସିଂହ ମ୍ୟାଚ୍‌ର ପ୍ରଥମ ୧୫ ମିନିଟ ମଧ୍ୟରେ ଦମଦାର ଗୋଲ୍‌ କରିବା ସହ ଭାରତକୁ ୧-୦ରେ ଆଗୁଆ କରିଥିଲେ । ଏହାପରେ ରୁପିନ୍ଦର ମଧ୍ୟ ପ୍ରଥମ କ୍ବାର୍ଟର ମଧ୍ୟରେ ଗୋଲ୍‌ କରିଥିଲେ ଓ ସ୍କୋର ୨-୦ରେ ପହଞ୍ଚିଯାଇଥିଲା । ଦ୍ବିତୀୟ ଓ ତୃତୀୟ କ୍ବାର୍ଟରରେ କୌଣସି ଗୋଲ୍‌ ହୋଇନଥିଲା । ସ୍ପେନର ଘନଘନ ଆକ୍ରମଣ ସତ୍ତ୍ବେ ଭାରତୀୟ ଡିଫେଣ୍ଡର ସମସ୍ତ ପ୍ରୟାସକୁ ବିଫଳ କରିଥିଲେ ।

ଚତୁର୍ଥ କ୍ବାର୍ଟରରେ ପେନାଲିଟି କର୍ଣ୍ଣରର ସୁଯୋଗ ଉଠାଇ ରୁପିନ୍ଦର ଗୋଲ୍‌ କରିଥିଲେ । ଫଳରେ ୩-୦ରେ ବିଜୟୀ ହୋଇଥିଲା ମେନ ଇନ ବ୍ଲୁ । ଏହି ବିଜୟ ସହିତ ଟୋକିଓ ଅଲମ୍ପିକ ହକି ପ୍ରତିଯୋଗିତାର ସେମିଫାଇନାଲରେ ଭାରତ ପ୍ରବେଶ କରିବାର ଆଶା ଉଜ୍ଜିବୀତ ରହିଛି । ପୂର୍ବରୁ ନ୍ୟୁଜିଲାଣ୍ଡକୁ ହରାଇଥିବାବେଳେ ଅଷ୍ଟ୍ରେଲିଆଠାରୁ ଭାରତକୁ ପରାଜୟ ମିଳିଥିଲା । ଗ୍ରୁପ ପର୍ଯ୍ୟାୟରେ ପୁଲ୍‌ ଏ ରେ ଥିବା ଭାରତ ତାର ଆଗାମୀ ମୁକାବିଲା ଆର୍ଜେଣ୍ଟିନା ସହ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.