ETV Bharat / sports

ଏସିଆନ କପ କ୍ବାଲିଫାୟର୍ସ: ଭାରତ-ଆଫଗାନିସ୍ତାନ ମ୍ୟାଚ 1-1 ଡ୍ର

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଶେଷ ଗ୍ରୁପ ଇ' AFC ଏସିଆନ କପ ଚାଇନା 2023 ମ୍ୟାଚ୍‌ 1-1ରେ ଡ୍ର ହୋଇଛି । ଅଧିକ ପଢନ୍ତୁ...

WC qualifiers: Draw against Afghanistan sees India finish third in Group E
ଏସିଆନ କପ କ୍ବାଲିଫାୟର୍ସ: ଭାରତ - ଆଫଗାନିସ୍ତାନ ମ୍ୟାଚ 1-1 ଡ୍ର
author img

By

Published : Jun 15, 2021, 10:48 PM IST

ଦୋହା: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଶେଷ ଗ୍ରୁପ ଇ' AFC ଏସିଆନ କପ ଚାଇନା 2023 ମ୍ୟାଚ 1-1ରେ ଡ୍ର ହୋଇଛି । ମଙ୍ଗଳବାର ଜସିମ ବିନ ହମାଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଡ୍ର ହେବାପରେ ଭାରତ ଗ୍ରୁପ ଇ ରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି ।

ଭାରତ ପାଖରେ 8ଟି ମ୍ୟାଚରୁ 7ଟି ପଏଣ୍ଟ ରହିଛି । ତୃତୀୟ ସ୍ଥାନରେ ରହିବାର ଅର୍ଥାତ ଭାରତ ସିଧାସଳଖ AFC ଏସିଆନ କପ ଚାଇନା 2023ର ତୃତୀୟ ପର୍ଯ୍ୟାୟ କ୍ବାଲିଫାୟର୍ସକୁ ଉନ୍ନୀତ ହୋଇଛି ।

ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ବିତୀୟଅର୍ଦ୍ଧରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । 75ତମ ମିନିଟ୍‌ରେ ଭାରତ ଗୋଲ୍‌ କରିବା ସହ 1-ରେ ଆଗୁଆ ହୋଇଥିଲା । ମାତ୍ର ଏହାର କିଛି ସମୟ ମଧ୍ୟରେ ଆଫଗାନିସ୍ତାନ ଦମଦାର କମବ୍ୟାକ୍‌ ସହ ଗୋଲ୍‌ କରିଥିଲା । ଫଳରେ 1-1ରେ ବରାବର ହୋଇଥିଲା ସ୍କୋର । ଆଫଗାନ ପକ୍ଷରୁ ଯୁବ ହୋସେନ ଜମାଣି ଚମତ୍କାର ଗୋଲ୍‌ କରି ଟିମକୁ ପରାଜୟକୁ ବଞ୍ଚାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.