ବର୍ଲିନ: ଖାଲି ଷ୍ଟାଡିୟମରେ ଓ ବିନା ଦର୍ଶକରେ ୟୁରୋପର ଏକମାତ୍ର ଫୁଟବଲ ଲିଗ ବୁନ୍ଦେସଲିଗା ଆଗେଇଚାଲିଛି । ଷ୍ଟାଡିୟମରେ ଦର୍ଶକଙ୍କ ଅନୁପସ୍ଥିତି କିନ୍ତୁ ବେୟର୍ନ ମୁନିଚ କ୍ଳବର ପ୍ରଦର୍ଶନ ଉପରେ ପ୍ରଭାବ ପକାଇପାରିନାହିଁ ।
ଏଯାବତ 10 ପଏଣ୍ଟର ଅଗ୍ରଣୀ ସହ ବୁନ୍ଦେସଲିଗା ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଖେଳାଯାଇଥିବା ଶେଷ ମ୍ୟାଚରେ ଫର୍ଚୁନା ଡୁଏସଏଲଡର୍ଫକୁ 5-0 ଗୋଲରେ ପରାସ୍ତ କରିଛି ।
ଲିଗ ପର୍ଯ୍ୟାୟର ଶେଷ 8ଟି ମ୍ୟାଚରେ ସହଜସାଧ୍ୟ ବିଜୟ ହାସଲ କରିଛି ବେୟର୍ନ ମୁନିଚ । ଆଉ ମାତ୍ର 5ଟି ମ୍ୟାଚ ବାକି ଥିବା ବେଳେ, ଅଷ୍ଟମଥର ଟାଇଟେଲ ବିଜୟ ଆଡକୁ ଅଗ୍ରସର ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ