ପ୍ୟାରିସ: ଏପ୍ରିଲ 23ରେ UEFA କାର୍ଯ୍ୟକାରୀ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି । କୋରୋନା ଭାଇରସରେ ପ୍ରଭାବିତ ଏକାଧିକ ମେଗା ଇଭେଣ୍ଟ ନେଇ ଏହି ବୈଠକରେ ଚର୍ଚ୍ଚା ହୋଇପାରେ । ଏଥିସହିତ 2022 ମହିଳା ୟୁରୋପିଅନ ଚମ୍ପିଆନସିପ ସ୍ଥଗିତ ନେଇ ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି । ପୂର୍ବରୁ ପୁରୁଷ ୟୁରୋ 2021 ସ୍ଥଗିତ ଘୋଷଣା ହୋଇଛି ।
ୟୁରୋପରେ ମାର୍ଚ୍ଚରୁ ହେବାକୁ ଥିବା ସମସ୍ତ ଅଗ୍ରଣୀ ଫୁଟବଲ ଲିଗ କୋରୋନା ଭାଇରସ ସଂକ୍ରମଣ କାରଣରୁ ପ୍ରଭାବିତ ହୋଇଛି । ସେଥିମଧ୍ୟରେ UEFA ଚମ୍ପିଆନ୍ସ ଲିଗ ଓ ୟୁରୋପ ଲିଗ ମଧ୍ୟ ରହିଛି । ତେବେ ପ୍ରଭାବିତ ସମସ୍ତ ଲିଗର ସମୟସୂଚୀକୁ ଜୁଲାଇ-ଅଗଷ୍ଟରେ ଖେଳାଯିବାକୁ ନେଇ ମଧ୍ୟ ନିଷ୍ପତି ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ