ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସର ପ୍ରଭାବ ଏଯାବତ କମ ହୋଇାନାହିଁ । ଏକାଧିକ ଟିମ ଅଭ୍ୟାସକୁ ଫେରିବା ନେଇ ସଙ୍କେତ ଦେଇଛନ୍ତି । ତେବେ ତୁର୍କୀ ଏକ ବଡ ଘୋଷଣା କରିଛି । ଆସନ୍ତା ଅଗଷ୍ଟରେ ଚମ୍ପିଆନ୍ସ ଲିଗ ଫାଇନାଲ ଆୟୋଜନ କରିବାନେଇ ସ୍ପଷ୍ଟ କରିଛି । ଏନେଇ ତୁର୍କୀ ଫୁଟବଲ ଫେଡେରେସନ ପକ୍ଷରୁ ସୂଚନା ମିଳିଛି । ଜୁନରେ ଅଭ୍ୟାସକୁ ଫେରିବା ସହ ଏହି ଇଭେଣ୍ଟ ଆରମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ହେବ ।
କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ 2 ମାସ ପୂର୍ବରୁ UEFA ଫୁଟବଲର ସମସ୍ତ ଇଭେଣ୍ଟକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବାତିଲ ସ୍ଥଗିତ ଘୋଷଣା କରିଥିଲେ । ତେବେ ଚମ୍ପିଆନ୍ସ ଲିଗ ଫାଇନାଲ ଅଗଷ୍ଟରେ ଖେଳାଯିବା ନେଇ ଧାର୍ଯ୍ୟ ହୋଇଛି ।