ETV Bharat / sports

ଓଡିଶାରେ ଫୁଟବଲ କ୍ରେଜ ଦେଖି ଖୁସ କେନ୍ଦ୍ର କ୍ରୀଡାମନ୍ତ୍ରୀ

author img

By

Published : Jan 7, 2020, 7:25 PM IST

କଳିଙ୍ଗ ଷ୍ଟାଡିୟମରେ ଗତ ସୋମବାର ଦିନ ଓଡିଶା ଏଫ୍‌ସି- ଚେନ୍ନାଇନ ଏଫସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଉପସ୍ଥିତ ଥିଲେ କିରଣ ରିଜିଜ୍ଜୁ ।

Kiren Rijiju
Kiren Rijiju

ଭୁବନେଶ୍ବର: ସୋମବାର ଦିନ ଘରୋଇ ଗ୍ରାଉଣ୍ଡରେ ବାଜିମାତ୍‌ ମାରିଛି ଓଡିଶା ଏଫ୍‌ସି । ବିପକ୍ଷ ଦଳ ଚେନ୍ନାଇନ ଏଫସିକୁ 2-0ରେ ପରାସ୍ତ କରିଛି ଘରୋଇଦଳ । ତେବେ ଏହି ମ୍ୟାଚରେ ଉପସ୍ଥିତ ଥିବା କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ରୋମାଞ୍ଚକ ମ୍ୟାଚରେ ଉପସ୍ଥିତ ଥିବାରୁ ବେଶ୍‌ ଖୁସି ଥିବା କହିଛନ୍ତି ।

ମନ୍ତ୍ରୀ ରିଜିଜ୍ଜୁ କହିଛନ୍ତି ଯେ, ମ୍ୟାଚର 45ମିନିଟ୍‌ ବେଶ୍‌ ରୋମାଞ୍ଚକର ଥିଲା । ଉଭୟ ଦଳ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମାର୍ଦ୍ଧରେ 2ଟି ଗୋଲ କରିଥିବା ଓଡିଶା ଏଫ୍‌ସିକୁ ଅଭିନନ୍ଦନ । ଖେଳାଳିମାନେ ବେଶ୍‌ ସାନଦାର୍‌ ଖେଳ ଖେଳିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଅଧିକ ସଂଖ୍ୟାରେ ଦର୍ଶକ ଆସି ଫୁଟବଲକୁ ସମର୍ଥନ କରନ୍ତୁ । ସାରା ବିଶ୍ବରେ ଫୁଟବଲ ବହୁତ ଲୋକପ୍ରିୟ ଖେଳ । ଏବେ ଭାରତରେ ଫୁଟବଲର ସ୍ତର ଧିରେ ଧିରେ ବଢିବାରେ ଲାଗିଛି । ଚଳିତବର୍ଷ ଭାରତ 17 ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପ୍‌ ଆୟୋଜିତ କରିଛି । ଏଥିପାଇଁ ବହୁତ ଭଲ ସୁଯୋଗ ରହିଛି ଷ୍ଟାଡିୟମ ଆସି ଖେଳାଳିଙ୍କ ସମର୍ଥନ କରନ୍ତୁ ଓ ଫୁଟବଲକୁ ଉପଭୋଗ କରନ୍ତୁ । ଓଡିଶାରେ ଫୁଟବଲକୁ ସମର୍ଥନ କରୁଥିବାର ଦେଖି ବେଶ୍‌ ଖୁସି ଲାଗୁଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.