ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ମହିଳା ଫୁଟବଲ୍ ଚମ୍ପିଆନସିପ୍ ପାଇଁ ବାଂଲାଦେଶ ଗସ୍ତ କଲା ଭାରତୀୟ ଦଳ । ଏହି ଚମ୍ପିଆନ୍ସିପ୍କୁ ନେଇ ଭାରତୀୟ ଦଳ ଗୋଆରେ ଜୋରଦାର ଅଭ୍ୟାସ ଜାରି ରଖିଥିଲା । ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଲେକ୍ସ ଆମ୍ବ୍ରୋସ ବିଶ୍ବାସ ଜତାଇଛନ୍ତି । ଏହି ଦଳରେ ଜଣେ ଓଡ଼ିଆ ଖେଳାଳି ମଞ୍ଜୁ ଗଞ୍ଝୁ ମଧ୍ୟ ସାମିଲ ରହିଛନ୍ତି ।
ଏହା ବି ପଢ଼ନ୍ତୁ SAFF U-19 Womens Football Championship: ଭାରତୀୟ ଦଳରେ ଓଡ଼ିଆ ଝିଅ ସାମିଲ
ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧୧ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ । ଭାରତ ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଡିସେମ୍ବର ୧୩ ତାରିଖରେ ଖେଳିବ । ଏହାପରେ ଡିସେମ୍ବର ୧୫ରେ ଭୁଟାନ ସହ, ଡିସେମ୍ବର ୧୭ ତାରିଖରେ ବାଂଲାଦେଶ ସହ ଓ ଡିସେମ୍ବର ୧୯ରେ ନେପାଳ ସହ ଭାରତ ମ୍ୟାଚ୍ ଖେଳିବ ।
୧୯ ବର୍ଷରୁ କମ୍ ଭାରତୀୟ ମହିଳା ଫୁଟବଲ୍ ସମ୍ପୂର୍ଣ୍ଣ ନୂଆ ଦଳ ବୋଲି କହିଛନ୍ତି କୋଚ୍ । ଦଳରେ ବହୁ କମ୍ ଖେଳାଳି ଜାତୀୟ ଦଳ ପାଇଁ ଖେଳୁଛନ୍ତି । ନୂଆ ପ୍ରତିଭାମାନେ ଟୁର୍ଣ୍ଣାମେଣ୍ଟରେ କମାଲ କରିବେ । ସମସ୍ତ ଖେଳାଳିଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ବାସ ରହିଛି । ଏହାକୁ ନେଇ ଦଳ ଟାଇଟଲ ବିଜୟୀ ହେବାକୁ ଚେଷ୍ଟା କରିବ ବୋଲି କହିଛନ୍ତି କୋଚ୍ ଆଲେକ୍ସ ଆମ୍ବ୍ରୋସ ।
୧୯ ବର୍ଷରୁ କମ୍ ଭାରତୀୟ ମହିଳା ଫୁଟବଲ୍ ଦଳ
ଗୋଲ କିପର- ଅଂଶିକା, ଅଦ୍ରିଜା ସରଖେଲ, ମଞ୍ଜୁ ଗଞ୍ଝୁ,
ଡିଫେଣ୍ଡର- ଆଷ୍ଟମ ଓରାଅନ, ନିଶା, ନିର୍ମଳା ଦେବୀ, ପୂର୍ଣ୍ଣିମା କୁମାରୀ, ଶିଲ୍କୀ ଦେବୀ, ରିତୁ ଦେବୀ, କ୍ରିତିନା ଦେବୀ,
ମିଡ୍ଫିଲ୍ଡର- ପୁନମ, ନୀତୁ ଲିଣ୍ଡା, ବାବିନା ଦେବୀ, ସନ୍ତୋଷ, ପ୍ରିୟଙ୍କା ଦେବୀ, ମରିୟମ୍ମଲ ବାଲାମୁରୁଗନ୍, ଅଞ୍ଜୁ
ଫାରୱାର୍ଡ- କରେନ ଏଷ୍ଟ୍ରୋସିଓ, ଅମିଶା ବକ୍ସାଲା, ଲିଣ୍ଡା କୋମ୍ ସେର୍ଟୋ, ସୁମତି କୁମାରୀ, ଅପୂର୍ଣ୍ଣ ନାର୍ଜାରୀ, ସାନ୍ଥିଆ ନନ୍ଦୁପତି ଭେନୁଗୋଦଜଲମ,
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ