ETV Bharat / sports

ଓଡିଶା ଏଫସି କ୍ୟାମ୍ପ୍‌ରେ ସ୍ପାନିସ କିମ୍ବଦନ୍ତୀ ଡେଭିଡ ଭିଲା

author img

By

Published : May 7, 2021, 8:32 PM IST

ଇଣ୍ଡିଆନ ସୁପର ଲିଗ୍‌ ଟିମ ଓଡିଶା ଏଫସିରେ ସାମିଲ ହେଲେ ସ୍ପାନିସ ଫୁଟବଲ କିମ୍ବଦନ୍ତୀ ଡେଭିଡ ଭିଲା । ଅଧିକ ପଢନ୍ତୁ...

Spanish football legend David Villa joins ISL club Odisha FC
ଓଡିଶା ଏଫସି କ୍ୟାମ୍ପ୍‌ରେ ସ୍ପାନିସ କିମ୍ବଦନ୍ତୀ ଡେଭିଡ ଭିଲା

ଭୁବନେଶ୍ବର: ଇଣ୍ଡିଆନ ସୁପର ଲିଗ୍‌ ଟିମ ଓଡିଶା ଏଫସି ସ୍ପାନିସ ଫୁଟବଲ କିମ୍ବଦନ୍ତୀ ଡେଭିଡ ଭିଲାଙ୍କୁ କିଣି ସ୍କ୍ବାଡରେ ସାମିଲ କରିଛି । ଭିଲା କୋଚିଂ ଷ୍ଟାଫ୍‌ଙ୍କ ପାଇଁ ପରାମର୍ଶଦାତା ଓ ବରିଷ୍ଠ, ଯୁବ ଖେଳାଳିଙ୍କ ପାଇଁ ମାଗଦର୍ଶକ ହେବାପାଇଁ କ୍ଲବ ଲକ୍ଷ୍ୟ ରଖିଛି ।

କ୍ଲବର ଫୁଟବଲ କମିଟିରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଡେଭିଡ ଭିଲା ସାମିଲ ହୋଇଥିବା ଏକ ଘୋଷଣାନାମାରେ ଓଡିଶା ଏଫସି କ୍ଲବ ପକ୍ଷରୁ କୁହାଯାଇଛି ।

39 ବର୍ଷୀୟ ଭେଟେରାନ ଅନ୍ୟତମ ସର୍ବକାଳୀନ ସ୍ପାନିସ ଷ୍ଟ୍ରାଇକର ରହିଛନ୍ତି ।

ଓଡିଶା ଏଫସିରେ ସାମିଲ ହେବାପରେ ଭିଲା କହିଛନ୍ତି, "ଭାରତରେ ଖେଳିନାହିଁ କିନ୍ତୁ ପ୍ରାୟ 20 ବର୍ଷରୁ ଅଧିକ ସମୟ ପେଷାଦାର ଫୁଟବଲ ଖେଳିଛି । ଫଳରେ ସମସ୍ତ ଅଭିଜ୍ଞତା କ୍ଳବର ଉତ୍ତମ ପ୍ରଦର୍ଶନରେ ସହାୟକ ହେବ ।"

ଦକ୍ଷିଣ ଆଫ୍ରିକାରେ 2010 ଫୁଟବଲ ବିଶ୍ବକପ ବିଜୟୀ ସ୍ପେନ ଓ ଅଷ୍ଟ୍ରିଆ-ସ୍ବିଜରଲ୍ୟାଣ୍ଡରେ 2008 ୟୁରୋପିଅନ ଚମ୍ପିଆନ ଟିମର ବିଜୟୀ ସଦସ୍ୟ ରହିଛନ୍ତି । ଲା ଲିଗା ଓ ଚମ୍ପିଆନ୍ସ ଲିଗ ଟାଇଟେଲ ଜିତିଥିବା ବାର୍ସେଲୋନା ଏଫସିର ମଧ୍ୟ ପ୍ରମୁଖ ସଦସ୍ୟ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.