ETV Bharat / sports

କିମ୍ବଦନ୍ତୀ ଫୁଟବଲର ବାଇଚୁଙ୍ଗ ଭୂତିଆଙ୍କ ନାଁରେ ନାମିତ ହେବ ସିକ୍କିମ ଷ୍ଟାଡିୟମ

ଭାରତର ଏହା ପ୍ରଥମ ଷ୍ଟାଡିୟମ ହେବ , ଯାହାର ନାଁ ଜଣେ ଫୁଟବଲରଙ୍କ ନାଁରେ ନାମିତ ହେବ ।

author img

By

Published : Aug 24, 2020, 6:35 PM IST

ସିକ୍କିମରେ କମ୍ବଦନ୍ତୀ ଫୁଟବଲର ବାଇଚୁଙ୍ଗଙ୍କ ନାଁରେ ହେବ ଷ୍ଟାଡିୟମ

ଗ୍ୟାଙ୍ଗଟକ: ସିକ୍କିମର ନାମଚିରେ ଭାରତୀୟ ଫୁଟବଲ ଟିମର ପୂର୍ବତନ କ୍ୟାପଟେନ ବାଇଚୁଙ୍ଗ ଭୂତିଆଙ୍କ ନାଁରେ ଏକ ଷ୍ଟାଡିୟମର ନାମକରଣ ହେବ । ଏହି ଷ୍ଟାଡିୟମ କିମ୍ବଦନ୍ତୀ ଖେଳାଳି ବାଇଚୁଙ୍ଗଙ୍କ ଜନ୍ମସ୍ଥଳୀ ଦକ୍ଷିଣ ସକ୍କିମର ତିନ୍କିତମ ଜିଲ୍ଲାରୁ 25କିଲୋମିଟର ଦୂରରେ ଅବସ୍ଥିତ ।

ବାଇଚୁଙ୍ଗ ଭୂତିଆ
ବାଇଚୁଙ୍ଗ ଭୂତିଆ

ଭାରତର ଏହା ପ୍ରଥମ ଷ୍ଟାଡିୟମ ହେବ । ଯାହାର ନାଁ ଜଣେ ଫୁଟବଲରଙ୍କ ନାଁରେ ନାମିତ ହେବ ।

ସିକ୍କିମ ଫୁଟବଲ ସଂଘର ଅଧ୍ୟକ୍ଷ ମେନଲା ଏଥେନପା କହିଛନ୍ତି, ସର୍ବଶ୍ରେଷ୍ଠ ଫୁଟବଲର ବାଇଚୁଙ୍ଗଙ୍କୁ ଆମ ତରଫରୁ ଏହା ଏକ ଉପହାର । ସନ୍ନାସ ନେବା ପରେ ଭୂତିଆ ଅନେକ ଭାରତୀୟ ଯୁବ ଫୁଟବଲରଙ୍କୁ ପ୍ରେରିତ କରିବା ସହ ସେମାନଙ୍କର ଆଦର୍ଶ ମଧ୍ୟ । ଭାରତୀୟ ଫୁଟବଲ ପାଇଁ ଯାହା କରିଛନ୍ତି ବାସ୍ତବରେ ଅମୂଲ୍ୟ । ତାଙ୍କ ନାଁର ଏହି ଷ୍ଟାଡିୟମ ଫୁଟବଲଙ୍କ ଏକ ଛୋଟ ଘର ହେବ ।

ଏନେଇ ଭୂତିଆ କହିଛନ୍ତି ଯେ, ମୁଁ ବହୁତ ଉତ୍ସାହିତ ଓ ସମ୍ମାନିତ ଅନୁଭବ କରୁଛି । ଏହି ଷ୍ଟାଡିୟମ ଫୁଟବଲରଙ୍କୁ ଏକ ଶୀର୍ଷସ୍ତରର ସୁବିଧା ପ୍ରଧାନ କରିବ । ଏହି ଷ୍ଟାଡିୟମ ମତେ ଓ ଅନେକ ଫୁଟବଲରଙ୍କୁ ଗଢିଛି । ସେଠାରେ ଖେଳିବାର ଅନେକ ସ୍ମୃତି ମଧ୍ୟ ରହିଛି ।

2010ରେ ଏହି ଷ୍ଟାଡିୟମର ନିର୍ମାଣ ଆରମ୍ଭ ହୋଇଥିଲା । କିନ୍ତୁ ଆର୍ଥିକ ଅଭାବ କାରଣ ନିର୍ମାଣକାର୍ଯ୍ୟ ବନ୍ଦ ରହିଥିଲା । କିନ୍ତୁ ପ୍ରେମ ସିଂ ତାମଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ଏହାର ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଯାଇଛି ।

ଏହି ଷ୍ଟାଡିୟମରେ 15000 ଦର୍ଶକ ବସିବାର କ୍ଷମତା ରହିଛି । 14ମାସ ଭିତରେ ଏହାର ନିର୍ମାଣ ସମ୍ପନ୍ନ ହେବାର ସମ୍ଭାବନା ରହିଛି । ଏହାର ନିର୍ମାଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ତଦାରଖରେ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.