ETV Bharat / sports

18 ବର୍ଷରୁ କମ SAFF ଫୁଟବଲ ଚମ୍ପିଆନସିପ: ଭାରତ ଚମ୍ପିଆନ

author img

By

Published : Sep 29, 2019, 7:08 PM IST

18 ବର୍ଷରୁ କମ SAFF  ଚମ୍ପିଆନସିପରେ ବାଂଲାଦେଶକୁ 2-1 ଗୋଲରେ ହରାଇ ଚମ୍ପିଆନ ହୋଇଛି ଭାରତ ।

ଫଟୋ ସୌଜନ୍ୟ: twitter@IndianFootball

କାଠମାଣ୍ଡୁ: ଜୁନିୟର ଭାରତୀୟ ଫୁଟବଲ ଦଳର ବାଜିମାତ । 18 ବର୍ଷରୁ କମ SAFF ଚମ୍ପିଆନସିପରେ ଚମ୍ପିଆନ ତାଜ ପିନ୍ଧିଛି ଭାରତ । ଫାଇନାଲ ମୁକାବିଲାରେ ବାଂଲାଦେଶକୁ 2-1 ଗୋଲରେ ହରାଇଛି ଭାରତୀୟ ଦଳ ।

ଭିଡିଓ ସୌଜନ୍ୟ: twitter@IndianFootball

ଭାରତ ବିଜୟର ହିରୋ ସାଜିଥିଲେ ବିକ୍ରମ ପ୍ରତାପ ସିଂହ ଓ ରବି ବାହଦୁର ରାନା । ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲା ଭାରତ । ମ୍ୟାଚର ମାତ୍ର 2 ମିନିଟରେ ହିଁ ପ୍ରଥମ ଗୋଲ ଦେଇଥିଲେ ବିକ୍ରମ ପ୍ରତାପ ସିଂହ । ଫଳରେ ଭାରତ 1-0ରେ ଆଗୁଆ ହୋଇଥିଲା ।

ପରେ ବାଂଲାଦେଶ ଖେଳାଳୀ ୟେସିନ ଏକ ଆକର୍ଷଣୀୟ ଗୋଲ କରି ସ୍କୋର ବରାବର କରିଥିଲେ । ଏହାପରେ ମ୍ୟାଚର ଶେଷ ପର୍ଯ୍ୟନ୍ତ ଛକାପଞ୍ଝା ଲାଗିରହିଥିଲା । ତେବେ ଭାରତର ରବି ବାହଦୁର ରାନା ବିଜୟୀ ଗୋଲ ଦେଇଥିଲେ । ଫଳରେ ଭାରତର 2-1 ଗୋଲରେ ବିଜୟୀ ହୋଇ ଟାଇଟେଲ ହାତେଇଥିଲା ।

Intro:Body:

testing3

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.