ETV Bharat / sports

କୋରୋନା ମୁକାବିଲା: ଭେଣ୍ଟିଲେଟର ଦାନ ଦେବେ ରୋନାଲ୍ଡୋ - Ronaldo

ପର୍ତ୍ତୁଗୀଜ୍ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜ ସହରରେ ମାଡେରାର ଆଞ୍ଚଳିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ 5ଟି ଭେଣ୍ଟିଲେଟର ଦାନ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ronaldo-to-donate-ventilators-in-hometown
କୋରୋନା ମୁକାବିଲା: ଭେଣ୍ଟିଲେଟର ଦାନ ଦେବେ ରୋନାଲ୍ଡୋ
author img

By

Published : Mar 29, 2020, 6:40 PM IST

ଲିସବୋନ: ସାରା ବିଶ୍ବ ମହାମାରୀ କୋରୋନା ସହ ଲଢେଇ କରୁଥିବା ବେଳେ ବିଭିନ୍ନ କ୍ଷେତ୍ରରୁ ସରକାରଙ୍କୁ ସାହାଯ୍ୟ ସହଯୋଗ ମିଳୁଛି । ଏଥିରେ ସାମିଲ ହୋଇଛନ୍ତି ପର୍ତ୍ତୁଗୀଜ୍ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ । ସେ ନିଜ ସହରରେ ମାଡେରାର ଆଞ୍ଚଳିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ 5ଟି ଭେଣ୍ଟିଲେଟର ଦାନ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି ।

ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ‘‘ମାଡେରା ସ୍ବୟଂଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସେବା (ସେସାରାମ)ରେ କୋରୋନା ଭାଇରସ ମୁକାବିଲା କରିବା ଆବଶ୍ୟକ ଯନ୍ତ୍ରପାତି ପାଇଁ ଆର୍ଥିକ ଦାନ ପାଇଛି । ଯାହା ଷ୍ଟାର ଫୁଟବଲ ତାରକ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ସେହି ଅଞ୍ଚଳର ବ୍ୟବସାୟୀ ଜର୍ଜ ମେଣ୍ଡେସଙ୍କ ଦ୍ବାରା ପଠାଯାଇଛି । ’’ ତେବେ ଏହି ଦାନ ସହ ଅଞ୍ଚଳର ଭେଣ୍ଟିଲେଟରର ସଂଖ୍ୟାକୁ 99କୁ ବୃଦ୍ଧି ପାଇଛି ।

ଗତ ମଙ୍ଗଳବାର ଦିନ ରୋନାଲ୍ଡୋ ଏବଂ ମେଣ୍ଡେସ ଉତ୍ତର ପୋର୍ଟୋ ସହରର ସାଣ୍ଟୋ ଆଣ୍ଟୋନିଓ ହସ୍ପିଟାଲରକୁ ଆଇସିୟୁରେ ପରିଣତ କରିବା ପାଇଁ ଭେଣ୍ଟିଲେଟର, ମନିଟର ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସହିତ 15ଟି ବେଡର ସୁବିଧା ଯୋଗାଇ ଦେଇଥିଲେ । ପର୍ତ୍ତୁଗାଲରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 902ରୁ ବୃଦ୍ଧି ପାଇ 5,170 ରେ ପହଞ୍ଚିଛି । ଯେତେବେ ବେଳେ ଏହି ମହାମାରୀରେ 100 ଜଣ ମୃତ୍ୟୁ ଘଟିସାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.