ETV Bharat / sports

ଡେନ୍‌ମାର୍କର ବିଶ୍ବକପ୍‌ ଯୋଗ୍ୟତା ହାସଲ, ଲକ୍ଗସମ୍‌ବର୍ଗ ବିପକ୍ଷରେ ରୋନାଲ୍ଡୋଙ୍କ ହ୍ୟାଟ୍ରିକ୍‌ ଗୋଲ୍‌

ଫିଫା ବିଶ୍ବକପ୍‌ ୨୦୨୨ ପାଇଁ ଯୋଗ୍ୟତା ହାସଲ କଲା ଡେନ୍‌ମାର୍କ । ପାର୍କେନ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରିଆକୁ ୧-୦ରେ ମାତ ଦେଇ କତାର ଫିଫା ବିଶ୍ବକପ୍‌ ୨୦୨୨ ପାଇଁ ଯୋଗ୍ୟତା ହାସଲ କରିଛି । ଅଧିକ ପଢ଼ନ୍ତୁ...

ଡେନ୍‌ମାର୍କର ବିଶ୍ବକପ୍‌ ଯୋଗ୍ୟତା ହାସଲ , ଲକ୍ଗସମ୍‌ବର୍ଗ ବିପକ୍ଷରେ ରୋନାଲ୍ଡୋଙ୍କ ହ୍ୟାଟ୍ରିକ୍‌ ଗୋଲ୍‌

author img

By

Published : Oct 13, 2021, 10:42 PM IST

ପ୍ୟାରିସ: ଫିଫା ବିଶ୍ବକପ୍‌ ୨୦୨୨ ପାଇଁ ଯୋଗ୍ୟତା ହାସଲ କଲା ଡେନ୍‌ମାର୍କ । ପାର୍କେନ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରିଆକୁ ୧-୦ରେ ମାତ ଦେଇ କତାର ଫିଫା ବିଶ୍ବକପ୍‌ ୨୦୨୨ ପାଇଁ ଯୋଗ୍ୟତା ହାସଲ କରିଛି । ଏହି କ୍ରମରେ ବିଶ୍ବକପ୍‌ ପାଇଁ ଯୋଗ୍ୟତା ହାସଲ କରିବାରେ ଦ୍ବିତୀୟ ଇୟୁରୋପୀୟ ଦଳ ହୋଇପାରିଛି ଡେନମାର୍କ । ଏହାପୂର୍ବରୁ ଜର୍ମାନୀ ଫିଫା ବିଶ୍ବକପ୍‌ ପାଇଁ ଯୋଗ୍ୟତା ହାସଲ କରି ସାରିଛି । କତାରରେ ଖେଳାଯିବ ୨୦୨୨ ଫିଫା ବିଶ୍ବକପ୍ ।

ସେପଟେ ଆଉ ଏକ ମ୍ୟାଚ୍‌ରେ ଲକ୍ଗସମ୍‌ବର୍ଗକୁ ୫-୦ ଗୋଲରେ ମାତ ଦେଇଛି ପର୍ତ୍ତୁଗାଲ । ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ହ୍ୟାଟ୍ରିକ ଗୋଲ୍‌ ବଳରେ ଏହି ବିଜୟ ହାସଲ କରିଛି ପର୍ତ୍ତୁଗାଲ । ଏହାସହ ଅନ୍ତର୍ଜାତୀୟ କ୍ୟାରିଅରରେ ୧୦ ଥର ହ୍ୟାଟ୍ରିକ ଗୋଲ କରିବା ରେକର୍ଡ ହାସଲ କରିଛନ୍ତି ରୋନାଲ୍ଡୋ ।

ଏହାସହ ସେ କ୍ୟାରିଅରରେ ୫୮ତମ ହ୍ୟାଟ୍ରିକ ହାସଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କ୍ୟାରିଅରରେ ୧୫୮ଟି ଗୋଲ ସ୍କୋର୍‌ କରି ସାରିଛନ୍ତି ରୋନାଲ୍ଡୋ । ଲକ୍ଗସମ୍‌ବର୍ଗ ବିପକ୍ଷରେ ଏକ ପାଖିଆ ମୁକାବିଲାରେ ଏହି ରେକର୍ଡ ହାସଲ କରିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.