ETV Bharat / sports

U-17 ମହିଳା ଫୁଟବଲ ଖେଳାଳିଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ବୈଠକ

କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଭାରତୀୟ 17 ବର୍ଷରୁ କମ ମହିଳା ଫୁଟବଲ ଟିମ ଖେଳାଳିଙ୍କୁ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

Rijiju interacts with U-17 women's football team, motivates them to look forward
U-17 ମହିଳା ଫୁଟବଲ ଖେଳାଳିଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ବୈଠକ
author img

By

Published : Dec 1, 2020, 6:43 PM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଭାରତୀୟ 17 ବର୍ଷରୁ କମ ମହିଳା ଫୁଟବଲ ଟିମ ଖେଳାଳିଙ୍କୁ ସହ ଆଲୋଚନା କରିଛନ୍ତି । କୋରୋନା ଭାଇରସ କାରଣରୁ ଚଳିତ ବର୍ଷ ଖେଳାଯିବାକୁ ଥିବା ମହିଳା 17 ବର୍ଷରୁ କମ ବିଶ୍ବକପ ବାତିଲ ହୋଇଛି । ଫଳରେ କ୍ରୀଡାମନ୍ତ୍ରୀ ଯୁବ ଖେଳାଳିଙ୍କ ସହ ସିଧାସଳଖ କଥା ହେବାସହ ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି ।

ଦେଶର ବିଭିନ୍ନ ଅଂଶରେ ଥିବା ଭାରତୀୟ 17ବର୍ଷରୁ କମ ମହିଳା ଫୁଟବଲ ଖେଳାଳିଙ୍କ ସହ ଭର୍ଚୁଆଲ ୱେବନାର ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ । ଏଥିରେ ସର୍ବଭାରତୀୟ ଫୁଟବଲ ଫେଡେରେସନ ସଭାପତି ପ୍ରଫୁଲ୍ଲ ପଟେଲ, 17ବର୍ଷରୁ କମ ମହିଳା ଫୁଟବଲ ଟିମର ମୁଖ୍ୟ କୋଚ ଥୋମାସ ଡେନରବେ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ଡିଜି ସନ୍ଦୀପ ପ୍ରଧାନ ସାମିଲ ହୋଇଥିଲେ ।

17ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପର ଆୟୋଜକ ରହିଛି ଭାରତ । ଚଳିତ ବର୍ଷ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଭାରତରେ ଖେଳାଯିବାନେଇ ସୂଚୀ ରହିଥିଲା । ମାତ୍ର କୋରୋନା ଭାଇରସ କାରଣରୁ ଏହାକୁ ଫେବୃଆରୀ-ମାର୍ଚ୍ଚ 2021କୁ ଘୁଞ୍ଚାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.