ଲିସବନ: କୋଭିଡ-19 ମହାମାରୀ କାରଣରୁ ଦୀର୍ଘ ସମୟ ଧରି ସ୍ଥଗିତ ରହିଥିଲା ଚମ୍ପିଆନ୍ସ ଲିଗ । ତେବେ ଆଜି(ରବିବାର) ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ନୂଆ ଚମ୍ପିଆନ ଟିମ ମିଳିବ । କାରଣ ଫାଇନାଲରେ ପ୍ୟାରିସ ସେଣ୍ଟ୍ ଜର୍ମାନ (ପିଏସଜି) ଓ ବେୟର୍ନ ମୁନିଚ ମୁହାଁମୁହିଁ ହେବେ ।
ପ୍ୟାରିସ ସେଣ୍ଟ୍ ଜର୍ମାନ ପାଖରେ ପ୍ରଥମ ଥର ଚମ୍ପିଆନ ବନିବାର ସୁଯୋଗ ରହିବ । ଅନ୍ୟପଟେ 5ଥର ଚମ୍ପିଆନ ରହିସାରିଥିବା ବେୟର୍ନ ମୁନିଚ ଆଉ ଏକ ଟାଇଟେଲ ବିଜୟ ଲକ୍ଷ୍ୟରେ ରହିଛି ।
ପୂର୍ବରୁ ଚଳିତ ସଂସ୍କରଣର ଫାଇନାଲ ମ୍ୟାଚ ମଇ ମାସରେ ଇସ୍ତାନବୁଲରେ ଖେଳାଯିବାର ଥିଲା । ମାତ୍ର କୋରୋନା ଭାଇରସ କାରଣରୁ ଏହି ମ୍ୟାଚ ଲିସବନରେ ଖେଳାଯିବ । ଷ୍ଟାଡିୟମରେ କିଛି ସହ ଲୋକ ଉପସ୍ଥିତ ରହିବେ । ଏଥିରେ ଖେଳାଳି ଓ ମ୍ୟାଚ ଅଧିକାରୀ ରହିଛନ୍ତି ।
ବେୟର୍ନ ମୁନିଚ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ଜାରି ରଖିବା ସହ ଲିୟୋନକୁ 3-0ରେ ହରାଇ UEFA ଚମ୍ପିଆନ୍ସ ଲିଗ ଫାଇନାଲରେ ପ୍ରବେଶ କରିଛି । ସେହିପରି ପିଏସଜି ଲେଇପିଜିଗକୁ 3-0ରେ ହରାଇ ପ୍ରଥମ ଥର ଚମ୍ପିଆନ୍ସ ଲିଗ ଫାଇନାଲରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ