ନ୍ୟୁକାଷ୍ଟଲ(ଇଂଲଣ୍ଡ): ନ୍ୟୁକାଷ୍ଟଲ ୟୁନାଇଟେଡର ଆଲାନ ସେଣ୍ଟ-ମ୍ୟାକ୍ସିମିନ, ମ୍ୟାଟ ରିଚି ଏବଂ ଜୋଏଲିଣ୍ଟନଙ୍କ ତିନୋଟି ଦ୍ବିତୀୟାର୍ଦ୍ଧ ଗୋଲ ରବିବାର ପ୍ରିମିୟର ଲିଗରେ ଶେଫିଲ୍ଡ ୟୁନାଇଟେଡକୁ 3-0 ଗୋଲରେ ପରାସ୍ତ କରିଛି ।
ସେଣ୍ଟ ଜେମ୍ସ ପାର୍କରେ ଖେଳାଯାଉଥିବା ଏହି ମ୍ୟାଚରେ ଭ୍ରମଣକାରୀ ଦଳ ଶେଫିଲ୍ଡ ୟୁନାଇଟେଡ ଅନେକ ସୁଯୋଗ ପାଇଥିଲେ ମଧ୍ୟ ତାକୁ ଗୋଲରେ ପରିଣତ କରି ପାରି ନଥିଲା । ଦ୍ବିତୀୟାର୍ଦ୍ଧର ପ୍ରାରମ୍ଭରେ ଡିଫେଣ୍ଡର ଜନ୍ ଏଗାନ୍ 2ୟ ଥର ପାଇଁ ୟୋଲ କାର୍ଡ ପାଇବା ଫଳରେ ଦଳର ସଦସ୍ୟ 10 ଜଣଙ୍କୁ ହ୍ରାସ ପାଇଥିଲା ।
55 ମିନିଟରେ ନ୍ୟୁକାଷ୍ଟଲ ପ୍ରତିଯୋଗିତାକୁ ନିଜ ନିୟନ୍ତ୍ରଣକୁ ନେଇସାରିଥିଲା । ଯେତେବେଳେ ବାମ ୱିଙ୍ଗରୁ ରିଚିଙ୍କ ଏକ ନିମ୍ନ ସଟ୍ ଖେଳିଥିଲେ । 69 ତମ ମିନିଟରେ ରିଚି ନ୍ୟୁକାଷ୍ଟଲ ଅଗ୍ରଣୀକୁ ଦ୍ବିଗୁଣିତ କରି ମ୍ୟାଚରେ ବିଜୟୀ ହୋଇଥିଲା ।