ETV Bharat / sports

ISL-6: ଓଡିଶା ଟିମର ଦବ୍‌ଦବା, ମ୍ୟାଚର ପ୍ରଥମାର୍ଦ୍ଧରେ 2 ଗୋଲ୍‌ରେ ଆଗୁଆ

author img

By

Published : Jan 6, 2020, 9:02 PM IST

ମ୍ୟାଚର ପ୍ରଥମାର୍ଦ୍ଧ ସୁଦ୍ଧା ଚେନ୍ନାଇନ ଏଫସିକୁ 2ଟି ଗୋଲ୍‌ ଦେଇ ଆଗୁଆ ରହିଛି ଓଡିଶା ଏଫସି । ଜାଣନ୍ତୁ ଅଧିକ ଖବର...

isl-6
isl-6

ଭୁବନେଶ୍ବର: ଚଳିତ ଆଇଏସଏଲ ସଂସ୍କରଣରେ ଓଡିଶା ସୋମବାର ତା'ର ଦ୍ୱିତୀୟ ଘରୋଇ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳୁଛି । ମ୍ୟାଚର ପ୍ରଥମାର୍ଦ୍ଧ ସୁଦ୍ଧା ଚେନ୍ନାଇନ ଏଫସିକୁ 2ଟି ଗୋଲ୍‌ ଦେଇ ଆଗୁଆ ରହିଛି ଘରୋଇ ଟିମ ଓଡିଶା ଏଫ୍‌ସି ।

ଘରୋଇ ଦର୍ଶକଙ୍କ ସାମ୍ନାରେ ଓଡିଶା ଟିମ ବେଶ୍‌ ଉତ୍ସାହିତ ଅଛନ୍ତି । ମ୍ୟାଚର 37ମିନିଟ୍‌ରେ ଓଡିଶା ପକ୍ଷରୁ ଜେରୀ ବିପକ୍ଷ ଗୋଲ୍‌ ପୋଷ୍ଟରେ ଗୋଲ୍‌ କରି ସ୍କୋର ବୋର୍ଡକୁ 1-0କୁ ଆଣିଥିଲେ । ପୁଣି 41 ମିନିଟ୍‌ରେ ଘରୋଇ ଦଳ ପକ୍ଷରୁ ବିନିତ ଗୋଲ୍‌ କରିଥିଲେ । ଫଳରେ ଓଡିଶା ଏଫସି 2-0ରେ ଅଗ୍ରଣୀ ରହିଛି ।

ଚଳିତ ସଂସ୍କରଣରେ ବର୍ତ୍ତମାନ ଓଡିଶା 10ଟି ମ୍ୟାଚ ଖେଳି 3ଟିରେ ବିଜୟ, 4ଟିରେ ପରାଜୟ ଓ 3ଟି ଡ୍ର ଖେଳିଛି । ପଏଣ୍ଟ ଟେବୁଲରେ 12 ପଏଣ୍ଟ ସହ 6ଷ୍ଠ ସ୍ଥାନରେ ରହିଛି । ସେହିପରି ଚେନ୍ନାଇନ ଏଫସି 9ଟି ମ୍ୟାଚ ଖେଳି 2ଟିରେ ବିଜୟ, 3ଟିରେ ପରାଜୟ ଓ 4ଟି ଡ୍ର ଖେଳିଛି । ଏଥିସହ ପଏଣ୍ଟ ଟେବୁଲରେ 9 ପଏଣ୍ଟ ସହ 9ମ ସ୍ଥାନରେ ରହିଛି ।

ସୂଚନାଥାଉକି ଓଡିଶା ତା'ର ପ୍ରଥମ ଘରୋଇ ମ୍ୟାଚରେ ଜାମସେଦପୁର ଏଫସିକୁ 2-1ରେ ପରାସ୍ତ କରିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.