ମାର୍ଗାଓ(ଗୋଆ): ଇଣ୍ଡିଆନ ସୁପର ଲିଗ ଚମ୍ପିଆନ ମୁମ୍ବାଇ ସିଟି ଏଫସି । ଫାଇନାଲରେ ATK ମୋହୁନ ବଗାନକୁ ହରାଇ ଚମ୍ପିଆନ ମୁମ୍ବାଇ । ଶନିବାର ଫାର୍ଟୋର୍ଦା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଶେଷ ମୂହୂର୍ତ୍ତରେ ବାଜି ମାରିନେଇଛି ମୁମ୍ବାଇ ।
ମ୍ୟାଚର ପ୍ରଥମାର୍ଦ୍ଧ 1-1ରେ ବରାବର ରହିଥିଲେ ଉଭୟ ଟିମ । ତେବେ ମ୍ୟାଚର ଶେଷ ଆଡକୁ ମୁମ୍ବାଇର ବିପିନ ସିଂ ଏକ ମ୍ୟାଚ ବିଜୟୀ ଗୋଲ୍ କରିଥିଲେ । ଫଳରେ 2-1ରେ ମ୍ୟାଚ ଜିତିବା ସହ ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ ଟ୍ରଫି ବିଜେତା ହୋଇଛି ମୁମ୍ବାଇ ।
ବେଙ୍ଗାଲୁରୁ ଏଫସି 2018-19 ପରେ ମୁମ୍ବାଇ ଦ୍ବିତୀୟ ଟିମ ଭାବେ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ରହିବା ସହ ସମାନ ସଂସ୍କରଣରେ ଫାଇନାଲ ଜିତିବାକୁ ସକ୍ଷମ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ