ETV Bharat / sports

ଲିଭରପୁଲକୁ ପ୍ରିୟିମର ଲିଗ ବିଜୟୀ ମୁକୁଟ - ଲିଭରପୁଲ ପ୍ରିୟିମର ଲିଗ ବିଜେତା

ଚଳିତ ସିଜିନର ପ୍ରିୟିମର ଲିଗ ଟ୍ରଫି ବିଜେତା ହୋଇଛି ଲିଭରପୁଲ । ଏଥିସହିତ କ୍ଳବର ପ୍ରିମିୟିର ଲିଗ ଟ୍ରଫି ବିଜେତା ହେବାର 30 ବର୍ଷର ପ୍ରତୀକ୍ଷାର ଶେଷ ହୋଇଛି ।

Liverpool lifts Premier League trophy on Kop
ଲିଭରପୁଲକୁ ପ୍ରିୟିମର ଲିଗ ବିଜୟୀ ମୁକୁଟ
author img

By

Published : Jul 23, 2020, 3:58 PM IST

ଲିଭରପୁଲ: ଚଳିତ ସିଜିନର ପ୍ରିୟିମର ଲିଗ ଟ୍ରଫି ବିଜେତା ହୋଇଛି ଲିଭରପୁଲ । ଏଥିସହିତ କ୍ଳବର ପ୍ରିମିୟିର ଲିଗ ଚମ୍ପିଆନ ଟ୍ରଫି ବିଜେତା ହେବାର 30 ବର୍ଷର ପ୍ରତୀକ୍ଷାର ଶେଷ ହୋଇଛି । ବୁଧବାର କ୍ୟାପଟେନ ଜୋର୍ଡାନ ହେଣ୍ଡରସନ ଇତିହାସ ରଚିବା ସହ, କ୍ୟାପଟେନ ଭାବେ ରେକର୍ଡ କରିଛନ୍ତି ।

ଲିଭରପୁଲ ଏହି ଟାଇଟେଲ ବିଜୟ ସହ 19ଥର ଇଂଲଣ୍ଡର ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିଛି । ପ୍ରିମିୟର ଟ୍ରଫି ବିଜୟ ପରେ କ୍ଳବର ସଦସ୍ୟମାନେ ଖୁସିରେ ଝୁମି ଉଠିଥିଲେ ।

ଲିଭରପୁଲ ଚେଲସିୟାକୁ 5-3 ଗୋଲରେ ପରାସ୍ତ କରିଥିଲା । ଏହାପରେ 2019-20 ସିଜିନର ପ୍ରମିୟର ଲିଗ ଟ୍ରଫି ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଷ୍ଟାଡିୟମ ମଧ୍ୟରେ କିଛି ପରିବାର ସଦସ୍ୟ, ଆୟୋଜକ, ଅଧିକାରୀ ଓ ଖେଳାଳି ରହିଥିଲେ । ଇଂଲିସ ଫୁଟବଲ ଇତିହାସରେ ଏହି ସଂସ୍କରଣ ଏକ ନିଆରା ଓ ସ୍ମରଣୀୟ ହୋଇ ରହିବ ବୋଲି କୁହାଯାଇଥଲା ।

37 ମ୍ୟାଚରୁ 96 ପଏଣ୍ଟ ସହ, ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରେଡକ୍ଳବକୁ ଟ୍ରଫି ପ୍ରଦାନ କରାଯାଇଥିଲା । ନିୟୁକାଷ୍ଟଲ ବିପକ୍ଷରେ ଚଳିତ ସିଜିନର ଶେଷ ମ୍ୟାଚ ଖେଳି, ଅଭିଯାନ ଶେଷ କରିବ ଲିଭରପୁଲ । ଅନ୍ୟପଟେ ଚେଲସିୟା ଶେଷ ମ୍ୟାଚରେ ଓଲଭକୁ ଭେଟିବ । 37 ମ୍ୟାଚରୁ ଟିମ ବ୍ଳୁ 63 ପଏଣ୍ଟରେ ସନ୍ତୁଷ୍ଟ ରହିଛି । ଶୀର୍ଷ 4ଟି ସ୍ଥାନ ମଧ୍ୟରେ ରହି ଚମ୍ପିଆନ୍ସ ଲିଗ ପାଇଁ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.