ETV Bharat / sports

ଲେମ୍ବାତେଠୁ 2-1 ଗୋଲରେ ହାରିଲା ରିୟଲ ମାଦ୍ରିଦ - ଲାଲିଗା ଚାମ୍ପିୟନସିପ 2021

ଲାଲିଗା ଫୁଟବଲ ଚାମ୍ପିୟନସିପରେ ଘରୋଇ ପଡ଼ିଆରେ ଲେମ୍ବାତେ ଦଳଠୁ ହାରିଲା ରିୟଲ ମାଦ୍ରିଦ କ୍ଲବ। ଫଳରେ ଚଳିତ ସିଜନରେ ରିୟଲ ମାଦ୍ରିଦର ଲାଲିଗା ଟାଇଟଲ ହାତେଇବା ଆଶା କ୍ଷୀଣ ହୋଇଛି। ଅଧିକ ପଢ଼ନ୍ତୁ...

lembate defeated real madrid in laliga championship 2021
ଲେମ୍ବାତେଠୁ 2-1 ଗୋଲରେ ହାରିଲା ରିୟଲ ମାଦ୍ରିଦ
author img

By

Published : Jan 31, 2021, 3:06 PM IST

ମାଦ୍ରିଦ: ଲାଲିଗା ଫୁଟବଲ ଚାମ୍ପିୟନସିପରେ ଘରୋଇ ପଡ଼ିଆରେ ଲେମ୍ବାତେ ଦଳଠୁ ହାରିଲା ରିୟଲ ମାଦ୍ରିଦ କ୍ଲବ। ଫଳରେ ଚଳିତ ସିଜନରେ ରିୟଲ ମାଦ୍ରିଦର ଲାଲିଗା ଟାଇଟଲ ହାତେଇବା ଆଶା କ୍ଷୀଣ ହୋଇଛି। ଏହି ପରାଜୟ ସହ ରିୟଲ ମାଦ୍ରିଦ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବା ଆଟଲେଟିକୋ ମାଦ୍ରିଦଠାରୁ 7ଟି ଅଙ୍କ ପଛରେ ପଡ଼ି ଯାଇଛି। ସେପଟେ ବର୍ତ୍ତମାନ ଆଟଲେଟିକୋ ମାଦ୍ରିଦ ପାଖରେ ଆହୁରି ଦୁଇଟି ମ୍ୟାଚ ବାକି ରହିଛି।

ଗତ ଶନିବାର ରିୟଲ ମାଦ୍ରିଦର ଘରୋଇ ପଡ଼ିଆ ସାଣ୍ଟିଆଗୋ ବର୍ଣ୍ଣାବୁ ପଡ଼ିଆରେ ଏହି ମ୍ୟାଚ ଖେଳା ଯାଇଥିଲା। ମ୍ୟାଚର ନବମ ମନିଟରେ ହିଁ ରିୟଲ ମାଦ୍ରିଦର ମିଡିଲ ଖେଳାଳି ମିଲିତାଓଙ୍କୁ ରେଡ କାର୍ଡ ମିଳିଥିଲା। ଫଳରେ ପୂରା ମ୍ୟାଚ ରିୟଲ ମାଦ୍ରିଦ 10 ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ପଡ଼ିଥିଲା। ଏହାସତ୍ତ୍ବେ ମ୍ୟାଚର 13ତମ ମିନିଟରେ ଲେମ୍ବାତେକୁ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲା ରିୟଲ ମାଦ୍ରିଦ।

ପ୍ରଥମ ଗୋଲ ପରେ ମ୍ୟାଚରେ ଦଳ 1-0ରେ ଆଗୁଆ ରହିଥିଲା। କିନ୍ତୁ ଲେମ୍ବାତେ ଦଳ 32 ତମ ମିନିଟରେ ରିୟଲ ମାଦ୍ରଦକୁ ଗୋଲ ଦେଇ ବରାବରରେ ରହିଥିଲା। ଏହାପରେ ମ୍ୟାଚର 78ତମ ମିନିଟରେ ଲେମ୍ବାତେର ଉସନେ ମାରଟୀ ରିୟଲ ମାଦ୍ରିଦକୁ ଆଉ ଏକ ଗୋଲ ଦେଇଥିଲେ। ଏହାପରେ ମ୍ୟାଚ ଲେମ୍ବାତେ ହାତକୁ ଚାଲି ଯାଇଥିଲା। ଶେଷ ମିନିଟ ପର୍ଯ୍ୟନ୍ତ ଲେମ୍ବାତେ ଦଳ 2-1 ଗୋଲରେ ଆଗୁଆ ରହିଥିଲା।

ରିୟଲ ମାଦ୍ରିଦର ସେମିଫାଇନାଲକୁ ଯିବା ଆଶା କ୍ଷୀଣ ହୋଇଛି। ଏଥିପାଇଁ ଅନ୍ୟ କୌଣସି ଦଳର ପରାଜୟ ଉପରେ ରିୟଲ ମାଦ୍ରିଦକୁ ଆଶା କରିବାକୁ ପଡ଼ିବ। ତେବେ ଲାଲିଗା ଚାମ୍ପିୟନସିବା ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ରିୟଲ ମାଦ୍ରିଦ ଟାଇଟଲ ହାଇତେବା ଆଶା ଏକ ପ୍ରକାଶ ଶେଷ ହୋଇଯାଇଥିବା ଆଲୋଚନା ହେଉଛି।

@ians

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.