ETV Bharat / sports

ଚାମ୍ପିୟାନ୍ସ ଲିଗ୍: ସ୍ପେଜିଆକୁ ଏକ ତରଫା ମାତ୍ ଦେଲା ଜୁଭେଣ୍ଟସ

author img

By

Published : Mar 3, 2021, 9:20 PM IST

ଚାମ୍ପିୟାନ୍ସ ଲିଗର ଏକ ମ୍ୟାଚରେ ସ୍ପେଜିଆ ଦଳକୁ ଏକ ତରଫା ମାତ୍ ଦେଲା ଜୁଭେଣ୍ଟସ। ତୁରିନର ଆଲିଆଞ୍ଜ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଅଧିକ ପଢ଼ନ୍ତୁ...

ଚାମ୍ପିୟାନ୍ସ ଲିଗ୍: ସ୍ପେଜିଆକୁ ଏକ ତରଫା ମାତ୍ ଦେଲା ଜୁଭେଣ୍ଟସ
ଚାମ୍ପିୟାନ୍ସ ଲିଗ୍: ସ୍ପେଜିଆକୁ ଏକ ତରଫା ମାତ୍ ଦେଲା ଜୁଭେଣ୍ଟସ

ରୋମ: ଚାମ୍ପିୟାନ୍ସ ଲିଗର ଏକ ମ୍ୟାଚରେ ସ୍ପେଜିଆ ଦଳକୁ ଏକ ତରଫା ମାତ୍ ଦେଲା ଜୁଭେଣ୍ଟସ। ତୁରିନର ଆଲିଆଞ୍ଜ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମଳିଥିଲା। ଦୁଇ ଦଳକୁ ଗୋଲ କରିବାର ସୁଯୋଗ ମିଳିଥିଲେ ସୁଦ୍ଧା କେହି କାହାକୁ ଗୋଲ ଦେବାରେ ସକ୍ଷମ ହୋଇ ନଥିଲେ ।

ତେବେ ମ୍ୟାଚର ଦ୍ବିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ରେ ଜୁଭେଣ୍ଟସ ଦଳ ଆକ୍ରମକ ଖେଳ ପ୍ରଦର୍ଶନ କରିଥିଲା। 3ଟି ଗୋଲ ଦେଇ ସ୍ପେଜିଆ ଦଳକୁ ଧରାଶାୟୀ କରିଥିଲା ଜୁଭେଣ୍ଟସ ଦଳ। ଏହି ମ୍ୟାଚରେ ଖ୍ରୀଷ୍ଟିଆନୋ ରୋନାଲ୍ଡୋ, ଫେଡେରିକୋ ଚେସିଆ ଓ ଆଲବାରୋ ମୋରାଟା ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ମ୍ୟାଚ ଶେଷ ଦୁଇ ମିନିଟି ଥିବାବେଳେ କାଉଣ୍ଟର ଆଟାକ ସଟରେ ଗୋଲ କରିଥିଲେ ଖ୍ରୀଷ୍ଟିଆନୋ ରୋନାଲ୍ଡୋ ।

ଏହି ମ୍ୟାଚରେ ବିଜୟୀ ହେବାପରେ ଦଳ ବର୍ତ୍ତମାନ ପଏଣ୍ଟ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଇଣ୍ଟର ମିଲନ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବାବେଳେ ମିଲନ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ଆଣ୍ଡ୍ରେ ପିର୍ଲୋଙ୍କ ପ୍ରଶିକ୍ଷଣରେ ଦଳ ଜୁଭେଣ୍ଟସ ଦଳ ଦମଦାର ପ୍ରଦର୍ଶନ ଜାରି ରଖିଛି। ଏହି ମ୍ୟାଚ ପାଇଁ କେତେକ ଖେଳାଳିଙ୍କୁ କୌଶଳରେ ପରିବର୍ତ୍ତନ ଆଣିବକୁ ସକ୍ଷମ ହୋଇଛନ୍ତି ଆଣ୍ଡ୍ରେ ପିର୍ଲୋ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.