ETV Bharat / sports

ISL: ସୁନୀଲ ଛେତ୍ରୀଙ୍କ ବେଙ୍ଗାଲୁରୁ ଏଫସିକୁ ହରାଇଲା ଓଡିଶା

author img

By

Published : Nov 24, 2021, 10:45 PM IST

ବେଙ୍ଗାଲୁରୁ ଏଫସିକୁ ୩-୧ ଗୋଲ୍‌ରେ ହରାଇ ଦମଦାର ବିଜୟରୁ ଇଣ୍ଡିଆନ ସୁପର ଲିଗ୍‌ (indian super league) ଅଭିଯାନ ଆରମ୍ଭ କଲା ଓଡିଶା ଏଫସି । ଅଧିକ ପଢନ୍ତୁ

ISL: Odisha defeat Bengaluru to get among winning ways
ISL: ସୁନୀଲ ଛେତ୍ରୀଙ୍କ ବେଙ୍ଗାଲୁରୁ ଏଫସିକୁ ହରାଇଲା ଓଡିଶା

ଭାସ୍କୋ: ଇଣ୍ଡିଆନ ସୁପର ଲିଗ୍‌(ISL)ରେ ଓଡିଶା ଏଫସି(Odisha FC)ର ଦମଦାର ବିଜୟ । ISL 2021-22 ସଂସ୍କରଣର ପ୍ରଥମ ମ୍ୟାଚ୍‌ ଖେଳିଥିବା ଓଡିଶା ୩-୧ ଗୋଲ୍‌ରେ ବେଙ୍ଗାଲୁରୁ ଏଫସି(Bangaluru FC)କୁ ହରାଇଛି ।

ତିଳକ ମଇଦାନ ଷ୍ଟାଡିୟମ ଭାସ୍କୋରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବୁଧବାର ଦମଦାର ବିଜୟରୁ ISL ଅଭିଯାନ ଆରମ୍ଭ କରିଛି ଓଡିଶା ।

ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣାଇ ଖେଳିଥିବା ଓଡିଶା ଏଫସି । ମ୍ୟାଚ୍‌ ଆରମ୍ଭର ପ୍ରଥମ ୩ ମିନିଟରେ ହିଁ ଗୋଲ୍‌ କରିଥିଲା ଟିମ । ଜାଭି ହର୍ନାଣ୍ଡେଜ ଓଡିଶା ପକ୍ଷରୁ ଦୁଇଟି ଗୋଲ୍‌ କରି ବିଜୟର ହିରୋ ରହିଥିଲେ । ମ୍ୟାଚ୍‌ ଗୋଲ୍‌ ତୃତୀୟ ମିନିଟରେ ଓ ଦ୍ବିତୀୟ ଗୋଲ୍‌ ୫୧ ତମ ମିନିଟରେ କରିଥିଲେ ହର୍ନାଣ୍ଡେଜ ।

ବେଙ୍ଗାଲୁରୁ ପକ୍ଷରୁ ମ୍ୟାଚ୍‌ର ୨୧ତମ ମିନିଟ୍‌ରେ ଏକମାତ୍ର ଗୋଲ୍‌ ସ୍କୋର ଆଲାନ କୋଷ୍ଟା କରିଥିଲେ । ଭେଟେରାନ ସୁନୀଲ ଛେତ୍ରୀ ଗୋଲ୍‌ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.