ETV Bharat / sports

ISL: ଓଡିଶା ଏଫସିର ପ୍ଲେ-ଅଫ ଆଶା ଉଜ୍ଜୀବିତ

author img

By

Published : Feb 15, 2020, 12:51 PM IST

ପୁଣି ଘରୋଇ କଳିଙ୍ଗ ଷ୍ଟାଡିୟମ ଓଡିଶା ଏଫସି ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ନର୍ଥଇଷ୍ଟ ବିପକ୍ଷ ମ୍ୟାଚକୁ 2-1ରେ ଜିତି ନେଇଛି ଦଳ । ଫଳରେ ଇଣ୍ଡିଆନ ସୁପର ଲିଗର ଶ୍ରେଷ୍ଠ 4 ମଧ୍ୟରେ ରହି ପ୍ଳେ-ଅଫ ଖେଳିବା ଆଶା ଉଜ୍ଜୀବିତ ରହିଛି ।

ISL
ଓଡିଶା ଏଫସିର ପ୍ଲେ-ଅଫ ଆଶା ଉଜ୍ଜୀବିତ

ଭୁବନେଶ୍ବର: ପୁଣି ଘରୋଇ କଳିଙ୍ଗ ଷ୍ଟାଡିୟମ ଓଡିଶା ଏଫସି ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ନର୍ଥଇଷ୍ଟ ବିପକ୍ଷ ମ୍ୟାଚକୁ 2-1ରେ ଜିତି ନେଇଛି ଦଳ । ଫଳରେ ଇଣ୍ଡିଆନ ସୁପର ଲିଗର ଶ୍ରେଷ୍ଠ 4 ମଧ୍ୟରେ ରହି ପ୍ଳେ-ଅଫ ଖେଳିବା ଆଶା ଉଜ୍ଜୀବିତ ରହିଛି ।

ପଏଣ୍ଟ ଟେବୁଲରେ ଓଡିଶା ଏଫସି 5ମ ସ୍ଥାନରେ ରହିଛି । 0-1ରେ ପଛୁଆ ଥିବା ଓଡିଶା ଏଫସି ମ୍ୟାଚର ଦ୍ବିତୀୟ ଅର୍ଦ୍ଧରେ ଦମଦାର କମବ୍ୟାକ କରିଥିଲା । ମ୍ୟାଚର 46ତମ ମିନଟରେ ଓଡିଶା ପକ୍ଷରୁ ମାନୁଏଲ ଅନୟୁ ପ୍ରଥମ ଗୋଲ କରିଥିଲେ । ଫଳରେ ସ୍କୋର ବରାବର ହୋଇଥିଲା । ପରେ ଅଧିକ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲା ଓଡିଶା ଏଫସି । ନର୍ଥଇଷ୍ଟ ମଧ୍ୟ 2ୟ ଗୋଲ ସ୍କୋର ପାଇଁ ଜୋରଦାର ପ୍ରୟାସ କରିଥିଲା । ମାତ୍ର ଓଡିଶା ଖେଳାଳି ସମସ୍ତ ପ୍ରୟାସକୁ ବିଫଳ କରିଥିଲେ ।

ପରେ ମ୍ୟାଚର 72 ତମ ମିନିଟରେ ଓଡିଶା ଏଫସି ଖେଳାଳି ମାର୍ଟିନ ପେରଜ ଗୁଇଡସ ଗୋଲ କରି ଓଡିଶାକୁ ବିଜୟୀ କରାଇଥିଲେ । ବିଜୟ ସହ ସମସ୍ତ 3 ପଏଣ୍ଟ ହାତେଇଥିଲା ଓଡିଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.