ମୁମ୍ବାଇ: ଇଣ୍ଡିଆନ ସୁପର ଲିଗର 2020-21 ସଂସ୍କରଣ ପୂର୍ବରୁ ଶକ୍ତି ବୃଦ୍ଧି କରିବାରେ ଲାଗିଛି ମୁମ୍ବାଇ ସିଟି ଏଫସି । ଡିଫେଣ୍ଡର ଆମି ରାନାୱାଡେ ଓ ମିଡଫିଲ୍ଡର ପିସି ରୋହଲୁପୁଇଆଙ୍କ ସହ ଚୁକ୍ତି ହୋଇଥିବା ଶୁକ୍ରବାର କ୍ଳବ ପକ୍ଷରୁ ଘୋଷଣା କରିଛି ।
22ବର୍ଷୀୟ ରାନାୱାଡେ ଗୋଟିଏ ବର୍ଷ ଓ 21 ବର୍ଷୀୟ ରୋହଲୁପୁଇଆ 4 ବର୍ଷ ପାଇଁ ମୁମ୍ବାଇ ସିଟି ଏଫସି ସହ ଚୁକ୍ତି କରିଛନ୍ତି ।
ଗୋଆ AIFF ଏକାଡେମୀରୁ ତାଲିମ ପ୍ରାପ୍ତ ରାନାୱାଡେ, ଆଇ-ଲିଗରେ ମୋହୁନ ବଗାନ ପକ୍ଷରୁ ଖେଳିଛନ୍ତି । ଅନ୍ୟପଟେ ଯୁବ ମୁମ୍ବାଇ ଡିଫେଣ୍ଡର ଜୁନିୟର ଟିମ ଇଣ୍ଡିଆରେ 17 ବର୍ଷରୁ କମ ଓ 19 ବର୍ଷରୁ କମ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି ।
ଏହି ଦୁଇ ଖେଳାଳି କ୍ଳବରେ ସାମିଲ ହେବାପରେ, ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି ମୁଖ୍ୟ କୋଚ ସର୍ଜିଓ ଲୋବେରା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ