ହାଇଦ୍ରାବାଦ: ଚଳିତ ଇଣ୍ଡିଆନ ସୁପର ଲିଗରେ ଓଡିଶା ଏଫସିର ଆଉ ଏକ ପରାଜୟ । ମୁମ୍ବାଇ ଜିଏମସି ଷ୍ଟାଡିୟମ ବାମ୍ବୋଲିମରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ସିଟି ଓଡିଶାକୁ 2-0ରେ ପରାସ୍ତ କରିଛି । ଏହି ବିଜୟ ସହ ଆଇଏସଏଲ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି ମୁମ୍ବାଇ । ଅନ୍ୟପଟେ ଓଡିଶା ଏଫସି 4ଟି ମ୍ୟାଚରୁ ଗୋଟିଏ ପଏଣ୍ଟ ହାସଲ ସହ ତାଲିକାର ଶେଷଆଡୁ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ରହିଛି ।
-
FULL-TIME | #MCFCOFC
— Indian Super League (@IndSuperLeague) December 6, 2020 " class="align-text-top noRightClick twitterSection" data="
A 3️⃣rd straight win for @MumbaiCityFC 🙌#HeroISL #LetsFootball pic.twitter.com/eTPr9iJDrG
">FULL-TIME | #MCFCOFC
— Indian Super League (@IndSuperLeague) December 6, 2020
A 3️⃣rd straight win for @MumbaiCityFC 🙌#HeroISL #LetsFootball pic.twitter.com/eTPr9iJDrGFULL-TIME | #MCFCOFC
— Indian Super League (@IndSuperLeague) December 6, 2020
A 3️⃣rd straight win for @MumbaiCityFC 🙌#HeroISL #LetsFootball pic.twitter.com/eTPr9iJDrG
ମ୍ୟାଚର ପ୍ରଥମ ଅର୍ଦ୍ଧରେ ମୁମ୍ବାଇ ସିଟି ସଂପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କରିଥିଲା । 30ତମ ମିନିଟରେ ପେନେଲିଟ ଯୋଗେଁ ମୁମ୍ବାଇ ଷ୍ଟାର ଖେଳାଳି ଓବେଚ ପ୍ରଥମ ଗୋଲ୍ କରିଥିଲେ ।
ପରେ 45ତମ ମିନିଟରେ ରୋୱଲିନ ବୋରଜସ ଦ୍ବିତୀୟ ଗୋଲ୍ ସହ ମୁମ୍ବାଇକୁ 2-0ରେ ଅଗ୍ରଣୀ କରାଇଥିଲେ । ଓଡିଶା ଏଫସି ସମସ୍ତ ପ୍ରୟାସ ସତ୍ତ୍ବେ ଗୋଲ୍ କରିବାକୁ ସକ୍ଷମ ହୋଇନଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ