ETV Bharat / sports

କୋରୋନାରେ ଆଉ ଜଣେ ଫୁଟବଲରଙ୍କ ମୃତ୍ୟୁ

କୋରୋନା ନେଲା ପୁଣି ଆଉ ଜଣେ ଖେଳାଳୀଙ୍କ ଜୀବନ । ଇରାକର ମହାନ ଫୁଟବଲର ଅହମ୍ମଦ ରାଧିଙ୍କ 56ବର୍ଷରେ ଦେହାନ୍ତ ହୋଇଛି ।

author img

By

Published : Jun 22, 2020, 9:06 AM IST

କୋରୋନା ନେଲା ପୁଣି ଆଉ ଜଣେ ଫୁଟବଲରଙ୍କ ଜୀବନ
କୋରୋନା ନେଲା ପୁଣି ଆଉ ଜଣେ ଫୁଟବଲରଙ୍କ ଜୀବନ

ବାଗଦାଦ: ଇରାକର ମହାନ ଫୁଟବଲର ଅହମ୍ମଦ ରାଧିଙ୍କ ଜୀବନ ନେଲା କୋରୋନା । ରବିବାର ତାଙ୍କର ଦେହାନ୍ତ ହୋଇଥିବା ସୂଚନା ଦେଇଛି ଇରାକର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ମୃତ୍ୟୁବେଳକୁ ତାଙ୍କୁ 56ବର୍ଷ ହୋଇଥିଲା ।

ମନ୍ତ୍ରାଳୟର ସୂଚନାନୁସାରେ, ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାକୁ କଷ୍ଟ ହେଉଥିଲା । ଏହାପରେ ତାଙ୍କୁ ଗତ ସପ୍ତାହରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋରୋନା ଟେଷ୍ଟ ପଜିଟିଭ ଆସିଥିଲା । ଗତ ଗୁରୁବାର ତାଙ୍କର ସ୍ବାସ୍ଥ୍ୟରେ ସୁଧାର ଆସିଥିଲା, ମାତ୍ର ପରବର୍ତ୍ତୀ ସମୟରେ ପୁଣି ସ୍ବାସ୍ଥ୍ୟ ବିଗିଡି ଯାଇଥିଲା ।

iraqi-football-legend-ahmed-radhi-dies-from-covid-19
ଫଟୋ ସୌଜନ୍ୟ:ଟ୍ବିଟର@FIFAcom

ସୂଚନାଥାଉକି, ଷ୍ଟ୍ରାଇକର ରାଧି ଇରାକକୁ ଗଲ୍ଫ କପ 1984 ଓ 88ରେ ବିଜୟ ଦେଇଥିଲେ । 1988ରେ ତାଙ୍କୁ ଏସିଆର ଶ୍ରେଷ୍ଠ ଖେଳାଳିର ଆଖ୍ୟା ମିଳିଥିଲା । ସେହିପରି 1986 ମସିହା ଫିଫା ବିଶ୍ବକପ ଫାଇନାଲ ମ୍ୟାଚରେ ବିପକ୍ଷ ଦଳ ବେଲଜିୟମ ଗୋଲପୋଷ୍ଟରେ ଗୋଲ କରିଥିବା ଏକମାତ୍ର ଖେଳାଳି ଥିଲେ ଅହମ୍ମଦ ରାଧି ।

121 ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳି 62 ଗୋଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.