ETV Bharat / sports

କୋଲକାତାରେ ଫୁଟବଲ ଟିମ ଇଣ୍ଡିଆର ଟ୍ରେନିଂ କ୍ୟାମ୍ପ୍‌ ଆରମ୍ଭ - camp kicks off in Kolkata

2023ରେ ଚାଇନାରେ ହେବାକୁ ଥିବା AFC ଏସିଆନ କପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ଫୁଟବଲ ଟିମ ଇଣ୍ଡିଆର ପ୍ରାଥମିକ ଲକ୍ଷ୍ୟ । ଅଧିକ ପଢନ୍ତୁ...

Indian senior national team camp kicks off in Kolkata
କୋଲକାତାରେ ଫୁଟବଲ ଟିମ ଇଣ୍ଡିଆର ଟ୍ରେନିଂ କ୍ୟାମ୍ପ୍‌ ଆରମ୍ଭ
author img

By

Published : Aug 16, 2021, 9:47 PM IST

କୋଲକାତା: ଭାରତୀୟ ପୁରୁଷ ସିନିୟର ଫୁଟବଲ ଟିମ ଆଗାମୀ ନେପାଳ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ଆରମ୍ଭ କରିଛି ପ୍ରସ୍ତୁତି । କୋଲକାତାରେ ଫୁଟବଲ ଟିମ ଇଣ୍ଡିଆର ଜାତୀୟ କ୍ୟାମ୍ପ ଆରମ୍ଭ ହୋଇଛି । ଫଳରେ ୧୫ ବର୍ଷ ପରେ ବ୍ଲୁ ଟାଇଗର୍ସ ପାଇଁ ଜାତୀୟ କ୍ୟାପ ଫେରିଛି । ସାଉଦି ଆରବ ବିପକ୍ଷରେ FIFA ବିଶ୍ବକପ ପୂର୍ବରୁ ବର୍ଷ ୨୦୦୬ରେ ଜାତୀୟ କ୍ୟାମ୍ପ କୋଲକାତାରେ ହୋଇଥିଲା ।

2023ରେ ଚାଇନାରେ ହେବାକୁ ଥିବା AFC ଏସିଆନ କପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ଟିମର ପ୍ରାଥମିକ ଲକ୍ଷ୍ୟ ରହିଛି । ସେଥିପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ ହେଇଥିବା କହିଛନ୍ତି ମିଡ୍‌ଫିଲ୍ଡର ଅନିରୁଦ୍ଧ ଥାପା ।

ସୁରକ୍ଷିତ ବାୟୋବବଲରେ ଏହି କ୍ୟାମ୍ପର ଆୟୋଜନ ହୋଇଛି । କୋଲକାତାରେ ପହଞ୍ଚିବା ପୂର୍ବରୁ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କର RTPCR ଟେଷ୍ଟ କରାଯାଇଛି । ମୋଟ ୨୪ ଜଣ ଖେଳାଳି ଏହି କ୍ୟାମ୍ପରେ ସାମିଲ ହୋଇଛନ୍ତି ।

ଗୋଲ୍‌କିପର: ଧୀରଜ ସିଂ ମୋଇରାଙ୍ଗଥେମ, ବିଶାଲ କୈଥ

ଡିଫେଣ୍ଡର: ଆଶିଷ ରାୟ, ସେରିଟନ ଫର୍ଣ୍ଣାଣ୍ଡିସ, ରାହୁଲ ଭେକେ, ଆଦିଲ ଖାନ, ଚିଙ୍ଗଲେନସାନା ସିଂ, ନରିନ୍ଦର, ଆକାଶ ମିଶ୍ର, ମନ୍ଦର ରାଓ ଦେଶାଇ ।

ମିଡଫିଲ୍ଡର: ବିପିନ ସିଂ, ବ୍ରେଣ୍ଡନ ଫର୍ଣ୍ଣାଣ୍ଡିସ, ଲାରେଙ୍ଗମିୱିଆ, ଗ୍ଳେନ ମାର୍ଟିନସ, ଜେକସନ ସିଂ, ପ୍ରୋନେ ହଳଦର, ଅନିରୁଦ୍ଧ ଥାପା, ସହାଲ ଅବଦୁଲ ସମାଦ, ୟାସିର ମହମ୍ମଦସ, ହଳିଚରଣ ନାରଜରୀ ।

ଫରୱାର୍ଡସ: ରାହୁଲ କେପି, ଫାରୁଖ ଚୌଧୁରୀ, ଇଶାନ ପଣ୍ଡିତ, ରହୀମ ଅଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.