ETV Bharat / sports

ସାଫ 15 ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାରତ ଚମ୍ପିଆନ

ଏହି ବିଜୟ ପରେ ସାଫ ଟୁର୍ଣ୍ଣାମେଣ୍ଟରେ 3ଥର ଚମ୍ପିଆନ ହେବାରେ ପ୍ରଥମ ଦେଶ ହୋଇଛି ଭାରତ । ପୂର୍ବରୁ 2013 ଓ 2017ରେ ଚମ୍ପିଆନ ହୋଇଥିଲା ଭାରତୀୟ ଦଳ ।

ଡିିଜାଇନ ଫଟୋ
author img

By

Published : Sep 1, 2019, 2:18 AM IST

ହାଇଦ୍ରାବାଦ: ସାଫ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଅଣ୍ଡର 15 ଫୁଟବଲ ଦଳ ଚମ୍ପିଆନ ହୋଇଛି । ଫାଇନାଲରେ ନେପାଳକୁ 7-0ର ବଡ ବ୍ୟବଧାନରେ ହରାଇ ଚମ୍ପିଆନ ହୋଇଛି ଭାରତ । ଚମ୍ପିଆନ ଦଳରେ ଓଡିଶାର ରଞ୍ଜନ ସୋରେନ ଓ ଏ ଶିବପ୍ରସାଦ ରହିଛନ୍ତି ।

ଷ୍ଟ୍ରାଇକର ଶ୍ରୀଦାର୍ଥ ନଙ୍ଗମୈକାପମ ମ୍ୟାଚର 51, 76 ଓ 80 ତମ ମିନିଟରେ 3ଟି ଗୋଲ କରି ହ୍ୟାଟ୍ରିକ ଗୋଲ କରିଥିଲେ । ମହେସନ ସିଂ, ଅମନନଦିପ, ସିବାଜିତ ସିଂ ଓ ହିମାଂଶୁ ଜାଙ୍ଗ୍ରା ଗୋଟିଏ ଲେଖାଏଁ ଗୋଲ କରି ଭାରତର ସ୍କୋରକୁ 7-0ରେ ପହଞ୍ଚାଇଥିଲେ ।

India
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@IndianFootball)

ଏହି ବିଜୟ ପରେ ସାଫ ଟୁର୍ଣ୍ଣାମେଣ୍ଟରେ 3ଥର ଚମ୍ପିଆନ ହେବାରେ ପ୍ରଥମ ଦେଶ ହୋଇଛି ଭାରତ । ପୂର୍ବରୁ 2013 ଓ 2017ରେ ଚମ୍ପିଆନ ହୋଇଥିଲା ଭାରତୀୟ ଦଳ ।

ଏହି ବିଜୟ ପରେ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ(AIFF)ର ଉପସଭାପତି ସୁବ୍ରତ ଦତ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.