ETV Bharat / sports

ବାୟୋ ବବଲରେ କୋଭିଡ ସଂକ୍ରମଣ, ସ୍ଥଗିତ ହେଲା I-League - କୋଭିଡ ସଂକ୍ରମଣ ଯୋଗୁଁ ସ୍ଥଗିତ ହେଲା ଆଇ-ଲିଗ୍‌

କୋରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ହେଲା ଆଇ-ଲିଗ୍‌ । ବାୟୋ ବବଲରେ କୋଭିଡ ସଂକ୍ରମଣ ଯୋଗୁଁ ଏହି ନିଷ୍ପତ୍ତି ନେଇଛି ଭାରତୀୟ ଫୁଟବଲ ସଂଘ । ଅଧିକ ପଢ଼ନ୍ତୁ

ବାୟୋ ବବଲରେ କୋଭିଡ ସଂକ୍ରମଣ, ସ୍ଥଗିତ ହେଲା ଆଇ-ଲିଗ୍‌

author img

By

Published : Dec 29, 2021, 9:50 PM IST

କୋଲକାତା: କୋରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ହେଲା ଆଇ-ଲିଗ୍‌ । ବାୟୋ ବବଲରେ କୋଭିଡ ସଂକ୍ରମଣ ଯୋଗୁଁ ଏହି ନିଷ୍ପତ୍ତି ନେଇଛି ଭାରତୀୟ ଫୁଟବଲ ସଂଘ । ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ଦ୍ବିତୀୟ କୋଭିଡ ରିପୋର୍ଟ ଆସିବା ପରେ ଜାନୁଆରୀ ୪ କିମ୍ବା ୫ ତାରିଖରୁ ଏହି ଫୁଟବ୍‌ଲ ଲିଗ୍‌ ପୁନଃ ଆରମ୍ଭ କରାଯିବ ।

ଆଇ-ଲିଗ୍‌ ଆୟୋଜନ ପାଇଁ ତିନିଟି ହୋଟେଲରେ ବାୟୋ ବବଲ ତିଆରି ହୋଇଥିଲେ । ସେଥିମଧ୍ୟରୁ ଗୋଟିଏ ହୋଟେଲ ହେଉଛି ନୋବୋଟେଲ ହୋଟେଲ । ଏହି ହୋଟେଲରେ ରହୁଥିବା ବିଭିନ୍ନ ଟିମ୍‌ର ଖେଳାଳି ଓ ଅନ୍ୟ ସଦସ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ଏହାକୁ ନେଇ ଭାରତୀୟ ଫୁଟବଲ ସଂଘ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ କରାଯାଇଥିଲା । ଏହି ବୈଠକ ପରେ ହିରୋ ଆଇ-ଲିଗ୍‌କୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସଂକ୍ରମିତମାନେ ଡେଲ୍‌ଟା କିମ୍ବା ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଏଥିପାଇଁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଖେଳାଳି ଓ ଅନ୍ୟ ସଦସ୍ୟଙ୍କୁ କୋଭିଡ ଗାଇଡଲାଇନ ମାନି ସଂଗରୋଧରେ ରହିବାକୁ କୁହାଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଚରଣ ଡିସେମ୍ବର ୩୦ ଓ ୩୧ ତାରିଖରେ ଆରମ୍ଭ ହେବାକୁ ଥିଲା । ତେବେ ଏହାକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.