ETV Bharat / sports

ISL 6: 4-2 ଗୋଲରେ ଓଡିଶା ଏଫସିକୁ ପରାସ୍ତ କଲା ଗୋଆ ଏଫସି

author img

By

Published : Jan 30, 2020, 4:30 AM IST

ବୁଧବାର ଦିନ ଓଡିଶା ଏଫ୍‌ସିକୁ 4-2 ଗୋଲ୍‌ରେ ପରାସ୍ତ କରିଛି ଗୋଆ ଏଫସି । ଏହି ବିଜୟ ପରେ ଗୋଆ ଏଫସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି ।

goa-fc-table-topper-of-hero-isl-2019-20-after-defeating-odisha-fc-4-2
ଓଡିଶା ଏଫ୍‌ସିକୁ 4-2 ଗୋଲ୍‌ରେ ପରାସ୍ତ କଲା ଗୋଆ ଏଫ୍‌ସି

ଭୁବନେଶ୍ବର: ଓଡିଶା ଏଫସି ତା'ର ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଏଫସି ଗୋଆ ଠାରୁ 4-2 ଗୋଲରେ ପରାଜୟ ବରଣ କରିଛି । ତେବେ ଓଡିଶା ତା'ର ଘରୋଇ ଗ୍ରାଉଣ୍ଡରେ ପୂର୍ବରୁ ଖେଳିଥିବା ସମସ୍ତ ତିନୋଟି ମ୍ୟାଚରେ ଜିତିଥିଲା କିନ୍ତୁ ବୁଧବାର ମ୍ୟାଚରେ ପରାଜୟ ଯୋଗୁଁ ତାର ପ୍ଲେଅଫ ଖେଳିବା ପାଇଁ ଆଗକୁ କଠିନ ହୋଇପଡିଛି ।

ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ହିରୋ ଆଇଏସଏଲ 2019-20ର ରୋମାଞ୍ଚପୂର୍ଣ୍ଣ ମ୍ୟାଚରେ ଓଡିଶା ଏଫସି ଓ ଗୋଆ ଏଫସି ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । ଖେଳ ଆରମ୍ଭରୁ ଉଭୟ ଦଳ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଖେଳର ପ୍ରଥମାର୍ଧରେ ଗୋଆ ସପକ୍ଷରେ ରହିଥିଲା । 21 ମିନିଟରେ ବିନିତ ଗୋଆ ପକ୍ଷରୁ ପ୍ରଥମ ଗୋଲ କରିଥିଲେ । ଖେଳର 24 , 27 ମିନିଟରେ ଜାକିଚାନ ସିଂଙ୍କ ଓଡିଶା ଏଫସି ଗୋଲ ପୋଷ୍ଟକୁ ଭେଦ କରିଥିଲେ। କିନ୍ତୁ ଓଡିଶା ଏଫସିର ମୋନୁଓଲ ଅନୋବୁ 59, 65 ମିନିଟରେ ଗୋଆ ଏଫସିକୁ ଗୋଲ ମାରି ଖେଳକୁ ଓଡିଶାକୁ ଖେଳରେ ରଖିଥିଲେ । ଶେଷରେ ଗୋଆର ଫେରେନ ଏକ ଗୋଲ ମାରି ବିଜୟ ବ୍ୟରବଧାନକୁ ବଢାଇଥିଲେ 4-2 ଗୋଲରେ ଗୋଆ ଏଫସି ବିଜୟ ଲାଭ କରିଥିଲା ।

ଗତ ଦୁଇଟି ମ୍ୟାଚରେ ଲଗାତାର ପରାଜୟ ବରଣ କରିଥିବା ଗୋଆ ଏଫସି ଓଡିଶା ଏଫସିକୁ ପରାସ୍ତ କରି ମୋଟ 30 ପଏଣ୍ଟ ହାସଲ କରି ଗ୍ରୁପ ଶୀର୍ଷରେ ରହିଛନ୍ତି । 21 ପଏଣ୍ଡ ସହ ଚତୁର୍ଥ ସ୍ଥାନରେ ଥିବା ଓଡିଶା ଏଫସି ଆଗକୁ ପ୍ଲେଅଫ ଖେଳିବା ପାଇଁ ବହୁତ କଷ୍ଟକର ହୋଇପଡିଛି ।

Intro:Body:

hdgh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.