ETV Bharat / sports

ପ୍ରିମିୟର ଲିଗ: ୱାଟଫୋର୍ଡ ବିପକ୍ଷରେ 3-0ରେ ବିଜୟୀ ଚେଲସିୟା

ଚଳିତ ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଚେଲସିୟା ।

author img

By

Published : Jul 5, 2020, 4:08 PM IST

Frank Lampard 'pleased with Chelsea's 3-0 win Over Watford
ପ୍ରିମିୟର ଲିଗ: ୱାଟଫୋର୍ଡ ବିପକ୍ଷରେ 3-0ରେ ବିଜୟୀ ଚେଲସିୟା

ଲଣ୍ଡନ: ଚଳିତ ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଚେଲସିୟା । ୱାଟଫୋର୍ଡ ବିପକ୍ଷ ମ୍ୟାଚରେ 3-0ରେ ବିଜୟୀ ହୋଇଛି । ଏଥିସହିତ 57 ପଏଣ୍ଟ ସହ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ପହଞ୍ଚିଯାଇଛି ଚେଲସିୟା ।

ପୂର୍ବ ମ୍ୟାଚରେ ୱେଷ୍ଟ ହାମ ଠାରୁ 3-2 ଗୋଲରେ ପରାସ୍ତ ହୋଇଥିଲା ଟିମ । ମାତ୍ର ଗତକାଲିର ମ୍ୟାଚରେ ପରାଜୟକୁ ଭୁଲି ପୁଣି ବିଜୟ ଟ୍ରାକକୁ ଫେରିଛି । ଟିମର ଏହି ପ୍ରଦର୍ଶନରେ ଚେଲସିୟା ମ୍ୟାନେଜର ଫ୍ରାଙ୍କ୍ ଲାମ୍ପାର୍ଡ ଖୁସିବ୍ୟକ୍ତ କରିଛନ୍ତି ।

ଅନ୍ୟପଟେ ମାଞ୍ଚେଷ୍ଟର ୟୁନାଇଟେଡ ବର୍ଣ୍ଣମାଉଥ ବିପକ୍ଷରେ 5-2ର ବଡ ବ୍ୟବଧାନରେ ବିଜୟୀ ହୋଇ ପଏଣ୍ଟ ତାଲିକାରେ ଚେଲସିୟାକୁ ଟପିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.