ନୂଆଦିଲ୍ଲୀ: ପାଇଲଟ ପତ୍ନୀଙ୍କ ପାଇଁ ମୁଁ ଗର୍ବିତ । ପୂର୍ବତନ ଫୁଟବଲ ଟିମ ଇଣ୍ଡିଆ କ୍ୟାପଟେନ ଗୌରାମାଙ୍ଗି ସିଂହ ଏହା କହିଛନ୍ତି । ଗୌରାମାଙ୍ଗିଙ୍କ ପତ୍ନୀ ପୁଷ୍ପାଞ୍ଜଳୀ ପୋଟସଙ୍ଗବାମ ଏୟାର ଇଣ୍ଡିଆ ବିମାନରେ ପାଇଲଟ ଭାବେ କାର୍ଯ୍ୟ କରୁଛନ୍ତି ।
ମହାମାରୀ କୋରୋନା ଭାଇରସ ସମୟରେ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଉଡାଇ ଆଣୁଛନ୍ତି ପୁଷ୍ପାଞ୍ଜଳୀ । ଫୁଟବଲ ଖେଳୁଥିବା ସମୟରେ ଦେଶର ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିଥିଲା କହିଛନ୍ତି ଗୌରାମାଙ୍ଗି।
ବର୍ତ୍ତମାନ ପତ୍ନୀ ପାଇଲଟ ଭାବେ କର୍ତ୍ତବ୍ୟ କରୁଥିବାରୁ ସେ ଅତ୍ୟନ୍ତ ଖୁସି ଓ ଗର୍ବିତ ବୋଲି କହିଛନ୍ତି ଗୌରାମାଙ୍ଗି । ଏହି ବୟାନକୁ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ୱେବସାଇଟରେ ପ୍ରକାଶ ପାଇଛି ।