କଟକ: ପୁଣି ଜଣେ ଫୁଟବଲ ତାରକାଙ୍କ ଦେହାନ୍ତ । ଓଡିଶା ଫୁଟବଲ ସଂଘକୁ ଲାଗିଲା ଶକ୍ତ ଝଟକା । 63 ବର୍ଷ ବୟସରେ ଆଖି ବୁଜିଲେ ପୂର୍ବତନ ଜାତୀୟ ସ୍ତରୀୟ ଫୁଟବଲ ତାରକା କିଶୋର ଦାସ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସୋମବାର ରାଉରକେଲାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଓଡିଶା ପାଇଁ ସେ ଆଣିଛନ୍ତି ଅନେକ ଗୌରବ । ସମ୍ମାନଜନକ ସନ୍ତୋଷ ଟ୍ରଫିରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରି ସେ ତାଙ୍କର ବଳିଷ୍ଠ ପ୍ରତିଭାର ପ୍ରଦର୍ଶନ କରିଥିଲେ । କଟକ ଜୟ ଦୁର୍ଗା କ୍ଳବ ପକ୍ଷରୁ ଅନେକ ମ୍ୟାଚ ଖେଳିଛନ୍ତି ସେ ।
ଖେଳରୁ ବିରାମ ନେବା ପରେ ସେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କର୍ଯ୍ୟରତ ଥିଲେ । ତେବେ ତାଙ୍କର ବିୟୋଗରେ ମର୍ମାହତ ହୋଇଛି ଓଡିଶା କ୍ରୀଡା ଜଗତ । ତେବେ ଏହି ମହାନ ଖେଳାଳିଙ୍କ ଦେହାନ୍ତ ପରେ ପରିବାରକୁ ସମବେଦନା ଜଣାଇଛନ୍ତି ଫାଓ ସମ୍ପାଦକ ଆଶ୍ରିବାଦ ବେହେରା ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ