ଭୁବନେଶ୍ବର: ପରଲୋକରେ ପୂର୍ବତନ ଜାତୀୟ ଫୁଟବଲ ଖେଳାଳି ଦିଲ୍ଲୀପ କୁମାର ମଜୁମଦାର । ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା ।
ସେ ସନ୍ତୋଷ ଟ୍ରଫିରେ ଓଡିଶାକୁ ପ୍ରତିନିଧିତ୍ବ କରିବା ସହ ରାଜ୍ୟର ଅନେକ କ୍ଳବ ପାଇଁ ଫୁଟବଲ ଖେଳିଛନ୍ତି । କେବଳ ଫୁଟବଲ ନୁହେଁ ହକିରେ ମଧ୍ୟ ରାଜ୍ୟ ତରଫରୁ ପ୍ରତିନିଧିତ୍ବ କରିଛନ୍ତି । ଦିଲ୍ଲୀପ BSNLରେ ମଧ୍ୟ କର୍ମଚାରୀ ଭାବେ ସେ କାର୍ଯ୍ୟ କରିଛନ୍ତି ।
ତାଙ୍କର ବିୟୋଗରେ ଓଡିଶା ଫୁଟବଲ ସଂଘ ଗଭୀର ଶୋକ ପ୍ରକାଶ କରିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ