ETV Bharat / sports

ଲିଭିଗଲା ଭାରତୀୟ ଫୁଟବଲ ର ପ୍ରଦୀପ

author img

By

Published : Mar 20, 2020, 4:00 PM IST

ଭାରତୀୟ ଫୁଟବଲ ଦଳର ପୂର୍ବତନ କ୍ୟାପଟେନ କୋଚ ପ୍ରଦୀପ କୁମାର ବାନାର୍ଜୀଙ୍କ ପରଲୋକ । କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି ।

former-indian-football-team-captain-pradip-kumar-banerjee-passes-away
ଲିଭିଗଲା ଭାରତୀୟ ଫୁଟବଲର ପ୍ରଦୀପ

କୋଲକାତା: ଭାରତୀୟ ଫୁଟବଲ ଦଳର ପୂର୍ବତନ କ୍ୟାପଟେନ କୋଚ ପ୍ରଦୀପ କୁମାର ବାନାର୍ଜୀଙ୍କ ପରଲୋକ । କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁଁ ଗତ କିଛିଦିନ ଧିର ଚିକିତ୍ସିତ ଥିଲେ ପ୍ରଦୀପ କୁମାର ।

ପ୍ରଦୀପ କୁମାରଙ୍କ ନିଧନରେ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ(AIFF) ଗଭୀର ଶୋକ ପ୍ରକାଶ କରିଛି । ଭାରତୀୟ ଫୁଟବଲରେ ପ୍ରଦୀପ କୁମାର ନିଜ ଛାପ ଛାଡିଛନ୍ତି । ଦଳର ପ୍ରଦର୍ଶନରେ ତାଙ୍କର ଅନେକ ଅବଦାନ ରହିଥିଲା । ଦଳର କ୍ୟାପଟେନ, କୋଚ ଓ ବୈଷୟିକ ନିର୍ଦ୍ଦେଶକ ଦାୟିତ୍ବ ସେ ତୁଲାଇଛନ୍ତି ।

1956 ମେଲବର୍ଣ୍ଣ ଅଲମ୍ପିକ୍ସରେ ପ୍ରଦୀପ କୁମାର ଭାରତର ପ୍ରତିନିଧିତ୍ବ କରିଥିଲେ । କ୍ବାର୍ଟର ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ 4-2 ଗୋଲରେ ହରାଇଥିଲା ଭାରତ । ଏହି ବିଜୟରେ ପ୍ରଦୀପ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ଏଥିସହିତ ପ୍ରଦୀପଙ୍କ ନେତୃତ୍ୱରେ 4ର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା ଭାରତୀୟ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.