ETV Bharat / sports

ଅମ୍ପାନ କ୍ଷତିଗ୍ରସ୍ତଙ୍କୁ ବେଙ୍ଗଲ ଫୁଟବଲ ତାରକାଙ୍କ ସହାୟତା

author img

By

Published : May 29, 2020, 3:35 PM IST

ବାତ୍ୟା ଅମ୍ଫାନ କ୍ଷତିଗ୍ରସ୍ତଙ୍କୁ ସହାୟତାର ହାତ ବଢାଇଛନ୍ତି ଦେଶର ତାରକା ଫୁଟବଲ ଖେଳାଳି । ଅଧିକ ପଢନ୍ତୁ...

Footballers set out to help Amphan-affected in West Bengal
ଅମ୍ପାନ କ୍ଷତିଗ୍ରସ୍ତଙ୍କୁ ବେଙ୍ଗଲ ଫୁଟବଲ ତାରକାଙ୍କ ସହାୟତା

କୋଲକାତା: ବଙ୍ଗୋପସାଗରେ ସୃଷ୍ଟ ବାତ୍ୟା ଅମ୍ଫାନ ଉତ୍ତର ଉପକୂଳ ଓଡିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ପଶ୍ଚିମବଙ୍ଗରେ ଏବେବି ସ୍ଥିତି ସଙ୍ଗୀନ ରହିଛି ।

ଧନ, ଜୀବନ ସହ ଓ ଅନେକ ଜୀବିକା ଉପାର୍ଜନର ମାଧ୍ୟମ ମାଟିରେ ମିଶିଯାଇଛି । ଏପରି ସ୍ଥିତିରେ ବାତ୍ୟା ଅମ୍ଫାନ କ୍ଷତିଗ୍ରସ୍ତଙ୍କୁ ସହାୟତାର ହାତ ବଢାଇଛନ୍ତି ଦେଶର ତାରକା ଫୁଟବଲ ଖେଳାଳି ।

ଏହି ସହାୟତା କାର୍ଯ୍ୟକ୍ରମର ନାମ 'ପ୍ଳେଆରର୍ସ ଫର୍ ହ୍ୟୁମାନିଟି' ରଖାଯାଇଛି । ଏଥିରେ ସୁବ୍ରତ ପଲ, ମେହତାବ ହୋସେନ, ଅର୍ଣ୍ଣବ ମଣ୍ଡଳ, ସୁଭାଶିଷ ରାୟଚୌଧୁରୀ, ସନ୍ଦୀପ ନନ୍ଦି, ପ୍ରଣୟ ହଲଦର, ପ୍ରିତମ କୋଟାଲ, ସୌଭିକ ଘୋଷଙ୍କ ଭଳି ଆଗଧାଡିର ଫୁଟବଲ ଖେଳାଳି ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।

ଖେଳାଳିମାନେ ପ୍ରଭାବିତ ସ୍ଥାନ ପରିଦର୍ଶନରେ ଯିବା ସହ, କ୍ଷତିଗ୍ରସ୍ତଙ୍କୁ ସମସ୍ତେ ସହାୟତାର ହାତ ବଢାଇବାକୁ ଅପିଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.